www.samajalive.in
Monday, December 15, 2025
24.1 C
Bhubaneswar

୧୬ଟ୍ରକ୍‌ ମାଲିକଙ୍କୁ ଖଣି ବିଭାଗର ଜରିମାନା

କେନ୍ଦୁଝରଗଡ/କେନ୍ଦୁଝର: ଓଡିଶା ଖଣି ନିଗମ ପରିଚାଳିତ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୌହ ଖଣିରୁ ଲୁହାପଥର ବୋଝେଇ ହୋଇ ବାଂଶପାଳ ବ୍ଲକ ଫୁଲଝରସ୍ଥିତ ଆର୍ଡେଣ୍ଟ ଷ୍ଟିଲ ଏବଂ ଅଁରା ସ୍ଥିତ ଶ୍ରୀ ମେଟାଲିକ୍ସ ଲିଃ କାରଖାନାକୁ ଧାର୍ଯ୍ୟ ରୁଟ୍‍ ବାହାରେ ପରିବହନ ହେଉଥିବା ୧୬ଟି ଖଣିଜସମ୍ପଦ ବୋଝେଇ ଟ୍ରକକୁ ଖଣି ଅଧିକାରୀ କେନ୍ଦୁଝର ଟ୍ରକ ପ୍ରତି ୧୦ହଜାର ଟଙ୍କା ଲେଖାଏଁ ଜରିମାନା ନୋଟିସ୍‍ ଜାରି କରିଛନ୍ତି।
ଉପରୋକ୍ତ ଦୁଇଟି କାରଖାନାକୁ ଶୁଆକାଟୀସ୍ଥିତ ଖଣିରୁ ଲୁାହାପଥର ପରିବହନ ପାଇଁ କେନ୍ଦୁଝର ସହର-ପଳାଶପଙ୍ଗା-ମଲଦା ଦେଇ ଚଳାଚଳ ନିମନ୍ତେ ଖଣି ବିଭାଗ ପକ୍ଷରୁ ରୁଟ୍‍ ଧାର୍ଯ୍ୟ କରାଯାଇଛି। ମାତ୍ର ରାସ୍ତାର ଦୂରତା କମ୍‍ ସାଙ୍ଗକୁ ଦିନବେଳା କେନ୍ଦୁଝର ସହର ଦେଇ ନୋ-ଏଣ୍ଟ୍ରି ନିୟମ ଥିବାରୁ ସମ୍ପୃକ୍ତ ଦୁଇଟି ଶିଳ୍ପସଂସ୍ଥାକୁ ଖଣିଜସମ୍ପଦ ବୋଝେଇ ଟ୍ରକ ଧାର୍ଯ୍ୟ ରୁଟ୍‍ ପରିବର୍ତ୍ତେ ଦଅଁଳା-ରଙ୍ଗଡିହି ଗ୍ରାମ୍ୟରାସ୍ତା ଦେଇ ଚଳାଚଳ କରି ଆସୁଥିଲେ। ଗ୍ରାମ୍ୟ ରାସ୍ତା ଦେଇ ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତା ନଷ୍ଟ ହେବାସହ ବିଦ୍ୟାଳୟକୁ ଯାତାୟାତ କରୁଥିବା ଛାତ୍ରଛାତ୍ରୀ ଓ ପଥଚାରୀ ନିଜକୁ ଅସୁରକ୍ଷିତ ମଣୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଆସିବା ସତ୍ତ୍ବେ ଉଭୟ ଖଣି ବିଭାଗ ଓ ପୁଲିସ ପ୍ରଶାସନ ନୀରବଦ୍ରଷ୍ଟା ସାଜି ଆସୁଥିଲେ।
ତେବେ ବିଳମ୍ବରେ ହେଉପଛେ ନୟାକୋଟ ଥାନା ପୁଲିସ ପକ୍ଷରୁ ଚଳିତମାସ ୪ତାରିଖ ଏହି ଦୁଇ କାରଖାନାକୁ ଲୁହାପଥର ବୋଝେଇ ହୋଇଯାଉଥିବା ୧୬ଟି ଟ୍ରକକୁ ରଙ୍ଗଡିହୀ ଛକରେ ଅଟକ ରଖି ୫ ତାରିଖ ଖଣି ଅଧିକାରୀ କେନ୍ଦୁଝରଙ୍କ ନିକଟରେ ହାଜର କରିଥିଲେ। ଖଣି ବିଭାଗ ପକ୍ଷରୁ ଧାର୍ଯ୍ୟ ରୁଟ୍‍ ଉଲ୍ଲଂଘନ କରି ଗ୍ରାମ୍ୟ ରାସ୍ତା ଦେଇ ଯାଉଥିବା ପୁଲିସ ପକ୍ଷରୁ ଏହି ୧୬ଟି ଟ୍ରକକୁ ଖଣି ଅଧିକାରୀ କେନ୍ଦୁଝର ଟ୍ରକ ପ୍ରତି ୧୦ହଜାର ଟଙ୍କା ଲେଖାଏଁ ଜରିମାନା ନୋଟିସ ଜାରି କରିବା ସହ ଜରିମାନା ଦାଖଲ ପରେ ଟ୍ରାନ୍‍ଜିଟ୍‍ ପାସ୍‍କୁ ପୁନଃ ନବୀକରଣ କରାଯାଇ ଧାର୍ଯ୍ୟ ରୁଟ୍‍ରେ ପରିବହନ ପାଇଁ ନିର୍ଦ୍ଦେଶ ଦେଇଥବା ଖଣି ଅଧିକାରୀ ଧୃବ ଚରଣ ସାହୁ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories