www.samajalive.in
Monday, December 15, 2025
16.1 C
Bhubaneswar

ଛତିଶଗଡ଼ରେ ମାଓ ତାଣ୍ଡବ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ପୁଣି ମାଓବାଦୀମାନେ ବର୍ବର କାଣ୍ଡ ଘଟାଇଛନ୍ତି। ମାଓବାଦୀଙ୍କ ଆକ୍ରମଣରେ ୨୫ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଏକ ଘଟଣାରେ ୧୨ ଜଣଙ୍କୁ ମାଓବାଦୀମାନେ ଅପହରଣ କରି ନେଇଛନ୍ତି। ପ୍ରଥମ ଘଟଣାରେ ଦନ୍ତେୱାଡା ଜିଲା କୁଲ୍‍ପାଡ, କୋଇଲାମ୍‍ପରା, କୁଆକୁଣ୍ଡା ଗ୍ରାମରେ ବସବାସ କରୁଥିବା ଆଦିବାସୀଙ୍କୁ ପୁଲିସର ସହାୟକ ଦର୍ଶାଇ ମାଓବାଦୀ ଆକ୍ରମଣ କରିଛନ୍ତି। ପ୍ରଜା କୋର୍ଟ କରି ଗ୍ରାମର ୫୦ ଜଣଙ୍କୁ ମାଓବାଦୀମାନେ ଧରି ନେଇଥିଲେ। କୋର୍ଟରେ ଏମାନଙ୍କ ହାତ ଗୋଡ ବାନ୍ଧି ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ୨୫ ଜଣ ଗୁରୁତର ହୋଇ ଗାଁକୁ ଫେରିଥିବା ଜଣାପଡିଛି। ଏହି ବ୍ୟକ୍ତିମାନେ ବିଭିନ୍ନ ସମୟରେ ପୁଲିସକୁ ସାହାଯ୍ୟ କରିବା ଓ ବିକାଶମୂଳକ କାର୍ଯ୍ୟ ଯେଭଳିକି ରାସ୍ତା ନିର୍ମାଣରେ ସହଯୋଗ କରୁଥିବା ମାଓବାଦୀମାନେ ଅଭିଯୋଗରେ କହିଛନ୍ତି।
ଏ ସମ୍ପର୍କରେ ପୁଲିସ ଖବର ପାଇ ଉକ୍ତ ଗ୍ରାମକୁ ଯାଇ ଗୁରୁତରମାନଙ୍କୁ ଉଦ୍ଧାର କରିଛି। ସମସ୍ତଙ୍କୁ ଦନ୍ତେୱାଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି। ଅନ୍ୟ ଏକ ଘଟଣାରେ ଅରନ୍‍ପୁର ଥାନା ବେରେମ୍‍ ଗ୍ରାମରେ ପ୍ରାୟ ୧୨ ଜଣଙ୍କୁ ମାଓବାଦୀମାନେ ଅପହରଣ କରି ନେଇଛନ୍ତି। ସେମାନଙ୍କ କୌଣସି ପତ୍ତା ମିଳୁ ନଥିବା ବେଳେ ସେମାନଙ୍କୁ ଠାବ କରିବା ପାଇଁ ତଲାସୀ ଅଭିଯାନ ଜୋର କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories