www.samajalive.in
Monday, December 15, 2025
24.1 C
Bhubaneswar

ହରଭଙ୍ଗାରେ ବ୍ୟାପୁଛି ଫାଟୁଆ ରୋଗ, କେବେ ହେବ ଏଫଏମଡି ଟୀକାକରଣ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ବର୍ତମାନ ଫାଟୁଆ ରୋଗରେ ଗାଈ, ଗୋରୁ, ଛେଳି, ମେଣ୍ଢା, ପୋଢ, ମଇଁଷି ଭଳି ଗୃହପାଳିତ ପଶୁ ଶହ ଶହ ସଂଖ୍ୟାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସଂପ୍ରତି ବ୍ଲକର ସବୁ ପଂଚାୟତରେ ଏହି ଭୁତାଣୁ ଜନିତ ଫାଟୁଆ ରୋଗ ମାଡି ଚାଲିଥିବା ବେଳେ ପଶୁ ବିଭାଗ ନିରବଦ୍ରଷ୍ଟା ସାଜିଛି। ଫଳରେ ଛୋଟ ଛୋଟ ବାଛୁରୀ, ଛେଳି, ମେଣ୍ଢା ଛୁଆ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ପ୍ରକାଶ ଯେ ହରଭଙ୍ଗା ବ୍ଲକର ହରଭଙ୍ଗା ଏବଂ ପୁରୁଣା କଟକ ଭଳି ଦୁଇଟି ସ୍ଥାନରେ ୨ଟି ପଶୁ ଚିକିତ୍ସା କେନ୍ଦ୍ର ରହିଛି।

ସେହିପରି ବ୍ଲକର ତଳଗାଁ, କଂରଜକଟା, ଧଳପୁର, ହରେକୃଷ୍ଣପୁର, ଆଡେଣିଗଡ, କେଳାକଟା, ସରସରାଭଳି ସ୍ଥାନରେ ୭ଗୋଟି ପ୍ରାଣି ସହାୟକ କେନ୍ଦ୍ର ରହିଛି। ଏହି କେନ୍ଦ୍ରଗୁଡିକ ଉପରେ ୨୨ପଂଚାୟତର ଲୋକେ ପଶୁ ଚିକିତ୍ସା ପାଇଁ ନିର୍ଭର କରନ୍ତି। ମାତ୍ର ଦୁଇଟି ଚିକିତ୍ସା କେନ୍ଦ୍ରରେ ସ୍ଥାୟୀ ପଶୁ ଡାକ୍ତର ଅଭାବ ଯୋଗୁଁ ବ୍ଲକରେ ପଶୁସେବା ବିପର୍ଯ୍ୟସ୍ତ ହୋଇପଡିଛି। ଫଳରେ ପ୍ରାଣୀଧନ ନିରିକ୍ଷକଙ୍କ ସହାୟତାରେ ବ୍ଲକରେ ନାମକୁ ମାତ୍ର ପଶୁସେବା ଚାଲିଛି। ଚଳିତ ବର୍ଷ ଫାଟୁଆ ରୋଗ ପ୍ରତିଷେଧକ ପାଇଁ ଏଫ.ଏମ.ଡି ଟୀକାକରଣ ହୋଇନଥିବା ଜଣାପଡିଛି। ଯାହା ଫଳରେ ଗାଈ, ଗୋରୁ, ଛେଳି, ମେଣ୍ଢାଙ୍କ ଠାରେ ଫାଟୁଆ ରୋଗ ବ୍ୟାପିବାରେ ଲାଗିଛି। ଆକ୍ରାନ୍ତ ପଶୁର ଖୂରାରେ ଏବଂ ମୁହଁରେ ଘା ସହିତ ଜ୍ୱର ଯୋଗୁଁ ପ୍ରାଣୀ ସମ୍ପଦ ମୃତ୍ୟୁମୁଖରେ ପଡୁଛନ୍ତି। ଗାଁରୁ ଗାଁକୁ ଏହି ରୋଗ ବ୍ୟାପୁଥିବା ଜଣାପଡିଛି।

- Advertisement -

ବର୍ତମାନ ହରଭଙ୍ଗା, ବୁକେଶିଙ୍ଗା, ଅରଖପଦର, ସୁରୁଣ୍ଡି, ଭେଜିଗୁଡା, ରାମଗଡ, ପଲଶାପାଟ୍ଟ, ପାଣିଘରା, ପରଗଳପୁର, ଖଣ୍ଡହତା, କୋଇଲିସୂତା, ଜବଲପୁର, ଦୁର୍ଗାପୁର ଭଳି ଅନେକ ଗାଁରେ ଫାଟୁଆ ରୋଗ ମାଡି ଚାଲିଛି। ତୁରନ୍ତ ଏ ଦିଗରେ ପଶୁ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ଉଠୁଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories