ଅନଲାଇନରୁ ପ୍ରସାଧନ ସାମଗ୍ରୀ କିଣୁଛନ୍ତି କି! ଧ୍ୟାନ ଦିଅନ୍ତୁ

0

ନିଜ ପାଇଁ ସୌନ୍ଦର୍ଯ୍ୟର ପ୍ରସାଧନ (କସମେଟିକ୍) ସାମଗ୍ରୀ କିଣିବା ବେଳେ ଆମ ମନରେ ଅନେକ ପ୍ରଶ୍ନ ଉଠିଥାଏ। ଆମେ କିଣୁଥିବା ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା କୌଣସି ଖରାପ ପ୍ରଭାବ ପଡିଥାଏ କି ନାହିଁ ସେଥିପାଇଁ ମଧ୍ୟ ବ୍ୟସ୍ତ ଲାଗିଥାଏ। ଯଦି କେବେ ଅନଲାଇନରୁ କୌଣସି ଦ୍ରବ୍ୟ କିଣିଥାଉ ମନରେ ଅନେକ ପ୍ରଶ୍ନ ଆସିଥାଏ। କିଣୁଥିବା ଦ୍ରବ୍ୟ ଠିକ ହୋଇଥିବ କି ନାହିଁ, ଅଧିକ ଟଙ୍କାରେ ଖରାପ ଜିନିଷ ଆସିବ କି ନାହିଁ ସେଥିପାଇଁ ମଧ୍ୟ ଭୟ ଲାଗିଥାଏ। ଅନଲାଇନରୁ କିଛି ଦ୍ରବ୍ୟ କିଣିବା ବେଳେ କିଛି ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ଆସନ୍ତୁ ଜାଣିବା ଅନଲାଇନରୁ ଦ୍ରବ୍ୟ କିଣିବା ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ …ଆମେ ସର୍ବଦା ଭଲ ଓ ବିଶ୍ୱସନୀୟ ଅନଲାଇନ ବ୍ରାଣ୍ଡ ଦେଖି ପ୍ରସାଧନ ସାମଗ୍ରୀ କିଣିବା ଉଚିତ। ଅନଲାଇନରୁ ଅଣାଯାଇଥିବା ଦ୍ରବ୍ୟ ଏବଂ ନିଜେ ପରଖି ବଜାରରୁ ଆଣିଥିବା ଦ୍ରବ୍ୟ ମଧ୍ୟରେ ବେଳେବେଳେ ଫରକ ଦେଖାଯାଇଥାଏ। ଆମେ ଅନଲାଇନରେ ଅର୍ଡର କରିଥିବା ଦ୍ରବ୍ୟ ବଜାର ତୁଳନାରେ କମ ଦାମରେ ମିଳିଥାଏ। କିନ୍ତୁ ଏହାର ମାନ ଆମେ ନିଜେ ପରୀକ୍ଷା କରି ପାରିନଥାଉ। ତେଣୁ ଆମେ ସର୍ବଦା ପ୍ରସାଧନ ସାମଗ୍ରୀ କିଣିବା ବେଳେ ବିଶ୍ୱସନୀୟ ବ୍ରାଣ୍ଡ ଦେଖି କିଣିବ ଉଚିତ।ପ୍ରତ୍ୟେକ ବ୍ରାଣ୍ଡର ଲିପଷ୍ଟିକ ହେଉ କି କ୍ରିମ ହେଉ ସବୁଥିରେ ଭିନ୍ନ ପ୍ରକାରର କେମିକାଲ ବ୍ୟବହୃତ କରାଯାଇଥାଏ। ତେଣୁ ଅନଲାଇନରୁ କିଣିବା ବେଳେ ପୂର୍ବରୁ ନିଜେ ବ୍ୟବହାର କରିଥିବା ବ୍ରାଣ୍ଡର ଦ୍ରବ୍ୟ କିଣନ୍ତୁ। ଅନ୍ୟ କମ୍ପାନୀର ଦ୍ରବ୍ୟ ତୁଳନାରେ ଆପଣଙ୍କ ଦ୍ରବ୍ୟର ଦାମ ଅଧିକ ହୋଇଥିଲେ ମଧ୍ୟ ତାହା ସର୍ବଦା ଆପଣଙ୍କ ପାଇଁ ଭଲ ହୋଇଥାଏ।ଅନଲାଇନରୁ ପ୍ରସାଧନ ସାମଗ୍ରୀ ଅଧିକାଂଶ ମହିଳାମାନେ କିଣିଥାନ୍ତି। ଅନଲାଇନରୁ ଦ୍ରବ୍ୟ କିଣିବାବେଳେ ସର୍ବଦା ଚିନ୍ତିତ ମଧ୍ୟ ରହିଥାନ୍ତି। ତେଣୁ ଅନଲାଇନରେ କୌଣସି ଜିନିଷ କିଣିବା ପୂର୍ବରୁ ପ୍ରଥମେ ବଜାରକୁ ଯାଇ ସେହି ଦ୍ରବ୍ୟର ଭିନ୍ନ ଭିନ୍ନ ରଙ୍ଗ ନିଜ ଉପରେ ଲଗାଇ ପରୀକ୍ଷା କରନ୍ତୁ। ଲିପଷ୍ଟିକ କିଣିବା ପୂର୍ବରୁ ମଧ୍ୟ ତାର ଭିନ୍ନ ଭିନ୍ନ ରଙ୍ଗ ନିଜ ଉପରେ ଲଗାଇ ତାର ବ୍ରାଣ୍ଡ ଓ ନମ୍ବର ସଠିକ ଭାବେ ମନେ ରଖନ୍ତୁ।
ଆପଣ ଅନଲାଇନରୁ କୌଣସି ଦ୍ରବ୍ୟ ଆଣିବା ବେଳେ ସର୍ବଦା ଗୋଟିଏ ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ସେହି ସାମଗ୍ରୀ ଠିକ ଭାବେ ସିଲ କରାଯାଇ ଆପଣଙ୍କ ନିକଟକୁ ଆସିଛି କି ନାହିଁ ଦେଖି ଦିଅନ୍ତୁ। ସିଲ ନ ଥିଲେ ସେହି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ, ଫେରାଇ ଦିଅନ୍ତୁ।

kalyan agarbati
Leave A Reply