www.samajalive.in
Tuesday, December 9, 2025
16.1 C
Bhubaneswar

ଦୁର୍ଘଟଣାକୁ ବିତିଲା ୪ଦିନ ; ମିଳିଲାନି ମହିଳାଙ୍କ ସନ୍ଧାନ

ବୌଦ୍ଧ  : ଗତ ଶନିବାର ସନ୍ଧ୍ୟାରେ ବୌଦ୍ଧ ମହାନଦୀ ବ୍ରିଜ ଉପରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାକୁ ୪ଦିନ ପରେ ମଧ୍ୟ ଏପର୍ଯ୍ୟନ୍ତ ମହିଳାଙ୍କ କୌଣସି ସନ୍ଧାନ ମିଳିନାହିଁ।  ପୁଲିସ ପକ୍ଷରୁ ମହାନଦୀରେ ତିନିଦିନ ବୋଟ ସାହାଯ୍ୟରେ ଖୋଜାଖୋଜି କରାଯିବାପରେ ମଧ୍ୟ ମହିଳାଙ୍କ ସଂପର୍କରେ କୌଣସି ତଥ୍ୟ ମିଳିପାରିନଥିଲା। ଶେଷରେ ତଳମୁଣ୍ଡରେ ରହିଥିବା ଗ୍ରାମ,ଥାନା ଗୁଡିକୁ ଘଟଣା ସଂପର୍କରେ ସୁଚିତ କରାଯାଇଛି। ବୌଦ୍ଧଥାନା ଅଧିକାରୀ ତପସ୍ୱିନୀ କହଁରଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ ଦୁର୍ଘଟଣା ଘଟାଇଥିବା କାର ମାଲିକ ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅନ୍ତର୍ଗତ ମୁଷାକାନୀ ଗ୍ରାମର ଅନିରୁଦ୍ଧ ସାହୁଙ୍କୁ ଗିରଫ କରି ପଚରାଉଚୁରା ପରେ କୋର୍ଟ ଚାଲାଣ କରାଯାଇଛି। ଡ୍ରାଇଭର ନିକଟରୁ ମଳିଥିବା ସୂଚନା ଆଧାରରେ ଦୁର୍ଘଟଣା ଦିନ ଗାଡିରେ ଥିବା ଯାତ୍ରୀମାନଙ୍କୁ ମଧ୍ୟ ଥାନାକୁ ଡକାଇ ନିଖୋଜ ମହିଳା ପ୍ରତିମା ସାହୁଙ୍କୁ ବିଷୟରେ ତଦନ୍ତ କରାଯାଇଛି। କାରରେ ଆସିଥିବା ଯାତ୍ରୀମାନେ ଦୁର୍ଘଟଣା ଦିନ ବୌଦ୍ଧକୁ ଜଣେ ଦାନ୍ତ ଡାକ୍ତରଙ୍କ କ୍ଲିନିକରେ ଚିକିତ୍ସିତ ହେବାପରେ ଫେରିବା ସମୟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିବା ତଦନ୍ତରେ ଜଣାପଡିଛି।
ତେବେ  ପୁଲିସ ପକ୍ଷରୁ ଯାତ୍ରୀମାନଙ୍କ ସୂଚନାର ସତ୍ୟତା ନେଇ ମଧ୍ୟ ପ୍ରମାଣ ଯୋଗାଡ କରାଯାଇଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣାରେ ମହିଳାଙ୍କ ସଂପର୍କରେ କାରର ଯାତ୍ରୀମାନଙ୍କ ନିକଟରେ ମଧ୍ୟ କୌଣସି ସୂଚନା ନଥିବା ସେମାନେ ପୁଲିସ ନିକଟରେ ପ୍ରକାଶ କରିଛନ୍ତି। ତେବେ ମହାନଦୀରେ ଅନେକ ଖୋଜାଖୋଜି ପରେ ମଧ୍ୟ ମହିଳାଙ୍କ କୌଣସି ସନ୍ଧାନ ନମିଳିବାରୁ ତାଙ୍କ ପରିବାରଲୋକ ଟଙ୍କା,ସୁନା ଓ ମୋବାଇଲ ଲୋଭରେ ଦୁର୍ଘଟଣା ପରେ ମହିଳାଙ୍କୁ ଅପହରଣ କରାଯାଇଥିବା ନେଇ ମଧ୍ୟ ପୁଲିସ ନିକଟରେ ସନ୍ଦେହ ପ୍ରକଟ କରିଥିବା ଜଣାଯାଇଛି। ଦୁର୍ଘଟଣା ପରେ ମହିଳାଙ୍କ ପାଖରେ ଥିବା ଭେନିଟି ବ୍ୟାଗ କିମ୍ବା ମୋବାଇଲକୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇନାହିଁ। ତେଣୁ ମହିଳାଙ୍କ ସହ ଏହି ଭେନିଟି ବ୍ୟାଗ ନଦୀକୁ ଖସିପଡିଛି କିମ୍ବା ଚୋରୀ ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ତେବେ ପୁଲିସ ପକ୍ଷରୁ ସମସ୍ତ ତଥ୍ୟକୁ ନେଇ ଅନୁସନ୍ଧାନ ଜାରି ରହିଥିବା ଥାନା ଅଧିକାରୀ ତପସ୍ୱିନୀ କହଁର ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ମହିଳାଙ୍କ ଭଙ୍ଗା ଚୁଡି ଓ ଚପଲରୁ ସେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ଘଟଣାର ୪ ଦିନ ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ନମିଳିବା ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିବା ସହିତ ପରିବାରଲୋକଙ୍କ ଆଶଙ୍କାକୁ ବଢାଇ ଦେଇଛି।  ତେବେ ବୌଦ୍ଧଥାନାରେ ଏକ ମାମଲା ରୁଜୁ କରାଯାଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାଯାଇଛି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories