କପୁର ପରିବାରର ପସନ୍ଦ

0

ଗତ କିଛିଦିନ ହେଲା ବଲିଉଡର କପୁର ପରିବାର ଖାନ୍‌ଦାନ୍ ଚର୍ଚ୍ଚାରେ ରହୁଛନ୍ତି। ସ୍ବର୍ଗୀୟ ଅଭିନେତା ରାଜ କପୁରଙ୍କ ନିର୍ମିତ ‘ଆର୍‌.କେ ଷ୍ଟୁଡିଓ’ ବିକ୍ରି ଘଟଣା ପରେ ଏବେ ଅନ୍ୟ ଏକ ଖବର ଚର୍ଚ୍ଚାକୁ ଆସିଛି। ରୋଲିୟା(ରଣବୀର କପୁର-ଆଲିୟା)ଙ୍କୁ ନେଇ ପ୍ରଶଂସକ ମହଲ ନୁହେଁ, ବରଂ ସିନେଜଗତର କଳାକାରମାନେ ମଧ୍ୟ ବିଭିନ୍ନ ଗପ କରିବାରେ ଲାଗିଛନ୍ତି। ଏଇ ନିକଟରେ ରିଷି କପୁର ଏକ ସାକ୍ଷାତକାରରେ କହିଥିଲେ, ପୁଅ ରଣବୀରର ବିବାହ ନିମନ୍ତେ ପୂରା ପରିବାର ଉତ୍ସୁକତାର ସହ ଅପେକ୍ଷା କରିଛି। ତେବେ ଯେତେବେଳେ ଆଲିୟାଙ୍କ ସଂକ୍ରାନ୍ତରେ ରିଷିଙ୍କୁ ପଚରାଗଲା, ସେ କହିଥିଲେ ପୁଅର ଇଚ୍ଛାକୁ ସେ ପୂର୍ଣ୍ଣ ସମର୍ଥନ ଜଣାଇବେ। ଏହା ସହ ସେ ଓ ପତ୍ନୀ ନିତୁ ମଧ୍ୟ ଆଲିୟାଙ୍କୁ ଖୁବ୍ ପସନ୍ଦ କରୁଥିବାର ରିଷି ସ୍ପଷ୍ଟ ଭାବେ କହିଛନ୍ତି। ସୁପରହିରୋ ଭାବେ ଜଣାଯାଉଥିବା ରଣବୀରଙ୍କ ସଂଖ୍ୟାଧିକ ବଲିଉଡ ଅଭିନେତ୍ରୀଙ୍କ ସହ ଘନିଷ୍ଠ ସମ୍ପର୍କ ରହିଛି। ତନ୍ମଧ୍ୟରୁ ଦୀପିକା ପାଦୁକୋନ୍ ଓ କ୍ୟାଟ୍ରିନା କେଫ୍ ଅନ୍ୟତମ। ରଣବୀରଙ୍କ ମା’ ନିତୁ ଦୀପିକାଙ୍କୁ ଖୁବ୍ ପସନ୍ଦ କରୁଥିବାବେଳେ କ୍ୟାଟ୍ରିନାଙ୍କ ସହ ତାଙ୍କ ସମ୍ପର୍କ ଆଦୌ ଭଲ ନଥଲା।

Leave A Reply