ବୌଦ୍ଧ : ବୌଦ୍ଧଜିଲା ସ୍ୱଳ୍ପ ସଂଚୟ ବିଭାଗ ତରଫରୁ କଣ୍ଟାମାଳ ବ୍ଲକ ପଲସାଗୋରା ପଂଚାୟତ ସଭାଗୃହ ଠାରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ବିରଂଚି ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଏଲଡିଏମ ରବିିନ୍ଦ୍ର ସେଠୀ,ପଲସାଗୋରା ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ମହେଶ ପ୍ରସାଦ ମିଶ୍ର, ସବପୋଷ୍ଟମାଷ୍ଟର ବଘିଆବାହାଲ ବିରଂଚି ମେହେର, ସବପୋଷ୍ଟମାଷ୍ଟର କଣ୍ଟାମାଳ ଚିତ୍ତରଂଜନ ସେନାପତି ପ୍ରମୁଖ ମଂଚାସୀନ ଥିଲେ। ନିଜର କଷ୍ଟଲବ୍ଧ ଧନକୁ ଅଧିକ ଲାଭ ଆଶାରେ କୌଣସି ଚିଟଫଣ୍ଡ ସଂସ୍ଥାରେ ନବାନ୍ଧି ସ୍ୱିକୃତି ପ୍ରାପ୍ତ ବ୍ୟାଙ୍କ କିମ୍ବା ଡାକଘରେ ବାନ୍ଧିବାକୁ ପରାମର୍ଶ ଅତିଥିମାନେ ପରାମର୍ଶ ଦେଇଥିଲେ। ତାନହେଲେ ଚିଟଫଣ୍ଡ ମାନଙ୍କ ପ୍ରଲୋଭନରେ ପଡି ଅଧିକ ସୁଧ ଆଶାରେ ମୂଳଟଙ୍କା ହରାଇବାକୁ ପଡିବ ବୋଲି ସତର୍କ କରାଇ ଦେଇଥିଲେ। ସଭାପ୍ରାରମ୍ଭରେ ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ଧରୁଆ ସ୍ୱାଗତ ଭାଷଣ , ଅତିଥି ପରିଚୟ ଓ ଶେଷରେ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଶ୍ରୀ ମେହେର ଡାକଘରର ବିଭିନ୍ନ ସ୍ୱଳ୍ପ ସଂଚୟ ଯୋଜନା ଉପରେ ଓ ଶ୍ରୀ ସେଠୀ ବ୍ୟାଙ୍କ ଯୋଜନା ସଂପର୍କରେ ବିସ୍ତୃତ ବିରଣୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱଳ୍ପ ସଂଚୟ ଏଜେଣ୍ଟ ଓ ବହୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଉପସ୍ଥିତଥିଲେ।
Popular Categories



