www.samajalive.in
Tuesday, December 9, 2025
26.1 C
Bhubaneswar

ଶଙ୍କରପୁରରେ କୁକୁର ମଡ଼କ

ଚୌଦ୍ୱାର  : ଚୌଦ୍ୱାର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମରେ ଗତ ତିନିଦିନ ଭିତରେ ୧୨ଟିରୁ ଉର୍ଦ୍ଧ ବୁଲା କୁକୁର ମରି଼ିଥିବା ଜଣା ପଡ଼ିଛି । ଏହି କୁକୁର ମାନଙ୍କୁ କେହି ବିଷ ଦେଇ ମାରି ଦେଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ତରଫରୁ ଚୌଦ୍ୱାର ଥାନାରେ ଏସମ୍ପର୍କରେ ଏକ ଏତାଲା ଦିଆଯାଇ କୁକୁର ମାରୁଥିବା ବ୍ୟକ୍ତିଙ୍କୁ ଉଚିତ୍ ଦଣ୍ଡ ଦେବାକୁ ଦାବି କରାଯାଇଛି । ଗ୍ରାମବାସୀଙ୍କ ଅଭିଯୋଗ ସୁତ୍ରରୁ ପ୍ରକାଶଯେ କୁକୁର ଏକ ବିସ୍ୱସ୍ତ ଜୀବ ହୋଇଥିବାବେଳେ ଏବଂ ଲକ୍ ଡାଉନ୍ ଓ ସଟ ଡାଉନ୍ ସମୟରେ ସରକାରୀ ସ୍ତରରେ ତଥା ବ୍ୟକ୍ତିଗତ ଭାବେ ବହୁ ବଦାନ୍ୟ ବ୍ୟକ୍ତି ବୁଲା ଗୋରୁଗାଈ ତଥା କୁକୁର ମାନଙ୍କୁ ନିୟମିତ ଭାବେ ଖାଦ୍ୟ ପ୍ରଦାନ କରୁଥିବା ବେଳେ ଶଙ୍କରପୁର ଗ୍ରାମରେ ଦିନକୁ ୩ରୁ ୪ଟି କୁକୁର ମରୁଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ଜଣେ ଜଳଖିଆ ଦୋକାନୀ ଜଳଖିଆରେ ବିଷଦେଇ କୁକୁର ମାନଙ୍କୁ ମରି ଦେଉଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କୁକୁର ମାନଙ୍କୁ ମାରିବାରେ କେବଳ ଏହି ଦୋକାନୀ ନା ଆଉ କିଏ ସାମିଲ ଅଛନ୍ତି ତାହାର ଉଚିତ୍ ତଦନ୍ତ କରିବା ସହ ନିରୀହ ପ୍ରାଣୀଙ୍କୁ ମାରୁଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବାକୁୁ ଗ୍ରାମଲୋକେ ଦାବି କରିଛନ୍ତି ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories