www.samajalive.in
Sunday, December 7, 2025
23.1 C
Bhubaneswar

ପୂର୍ବତନ ମନ୍ତ୍ରୀ ନଟବର ପ୍ରଧାନଙ୍କ ୩୮ତମ ଶ୍ରାଦ୍ଧବାର୍ଷିକୀ ପାଳିତ 

ବୌଦ୍ଧ  : ପୂର୍ବତନ ମନ୍ତ୍ରୀ ତଥା ବୌଦ୍ଧ ମାଟିର  ଗର୍ବ ଓ ଗୌରବ ନଟବର ପ୍ରଧାନଙ୍କ ୩୮ତମ ଶ୍ରାଦ୍ଧ ବାର୍ଷିକୀ  ବୌଦ୍ଧଠାରେ  ମଙ୍ଗଳବାର  ଦିନ ପାଳିତ ହୋଇଯାଇଛି। ନଟବର ପ୍ରଧାନ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ  କମିଟିର ସଭାପତି ବରିଷ୍ଠ ଆଇନଜିବୀ ଅଚ୍ୟୁତାନନ୍ଦ ମିଶ୍ର ଓ ସଂପାଦକ ତାରେଣୀ ମହାପାତ୍ରଙ୍କ ନେତୃତ୍ୱରେ କମିଟିର ସଦସ୍ୟ  ସହରର ବୁଦ୍ଧିଜିବୀ ଓ ବିଜେଡି ଦଳର ନେତାମାନେ ଯୋଗଦେଇ  ଏନଏସି ଛକଠାରେ ସ୍ଥାପିତ ନଟବରଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ କିମିଟି ପକ୍ଷରୁ  ଜିଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧିନ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ସ୍ୱର୍ଗତ ଟନବର ପ୍ରଧାନଙ୍କ ଜାମାତା ପ୍ରଦିପ କୁମାର ଅମାତ ମୁଖ୍ୟଅତିଥି ଭାବରେ ସାମିଲ ହୋଇଥିଲେ।  ଶ୍ରାଦ୍ଧବାର୍ଷିକୀ ପାଳନରେ ରାଜ୍ୟ  ବିଜେଡି ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁ, ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର , ବରିଷ୍ଠ ନାଗରିକ ମଞ୍ଚର ସଭାପତି  ଅଖିଳଚାନ୍ଦ ମହାପାତ୍ର,ବଣିକ ସଂଘ ସଭାପତି ସୁବାଶ ଚନ୍ଦ୍ର ସାହୁ, ହରଭଙ୍ଗା ବ୍ଳକ ଅଧକ୍ଷ୍ୟ ବିଶ୍ୱଜିତ ମିଶ୍ର, ସୁବୋଧ ପ୍ରଧାନ, ଦେବରଞ୍ଜନ ବିଶି, ଲୂନା ସ୍ୱାଇଁ, ପୃଥିରାଜ ମେହେର, ସୀତାଶୁ ମହାକୁଡ, ସନ୍ତୋଷ ନାଏକ,ଆଶୁତୋଷ ମହାପାତ୍ର, କୈଳାସ ବେହରାଙ୍କ ସମେତ ବହୁ ବିଜେଡି ନେତା ଯୋଗ ଦେଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories