www.samajalive.in
Monday, December 8, 2025
14.1 C
Bhubaneswar

୪ ପଞ୍ଚାୟତର ୨୦ଟି ଗାଁ ଏବେ ମଧ୍ୟ ବନ୍ୟା ଘେରରେ

ଆରଡି : ବୈତରଣୀନଦୀର ଉପରମୁଣ୍ଡରୁ ବନ୍ୟାଜଳ ହ୍ରାସ ପାଇଥିବା ବେଳେ ତଳମୁଣ୍ଡରେ ଅର୍ଥାତ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳଭାବେ ପରିଚିତ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ୪ଟି ପଞ୍ଚାୟତରେ ବନ୍ୟାପାଣି ନିଷ୍କାସନରେ ବାଧକ ସାଜିଛି ପୂର୍ଣ୍ଣିମା ଜୁଆରପାଣି । ସୋମବାର ପୂର୍ଣ୍ଣିମା ତିଥି ଥିବାରୁ ଚାନ୍ଦବାଲି ଧାମରା ମୁହାଣ ନିକଟରେ ସମୁଦ୍ରରୁ ଉଠୁଛି ଉଚ୍ଚ ଜୁଆର । ଫଳରେ ବନ୍ୟାପାଣି ଅଧିକ ନିଷ୍କାସନ ନହେବାରୁ କ୍ଷେତ ଓ ପଥରେ ମାଡି ଚାଲିଛି ।  ଏବେ ମଧ୍ୟ ୪ଟି ପଞ୍ଚାୟତର ୨୦ଗୋଟି ଗାଁ ବନ୍ୟା ଘେରରେ ରହିଛି । ପ୍ରବାହିତ ବୈତରଣୀ ନଦୀ ବନ୍ୟାଜଳ ସାମାନ୍ୟ ହ୍ରାସ ପାଇଥିବାରୁ ଆଖଣ୍ଡଳମଣି କୁଆଖିଆ ୨୦ନଂ ଜାତୀୟ ରାଜପଥ ବୋଡକ ନିକଟରେ ବନ୍ୟାପାଣି କମିଛି । ହେଲେ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ଆଖଣ୍ଡଳମଣି ଚାନ୍ଦବାଲି ଓ ତିହିଡି ରାସ୍ତାର ଆରଡି ନିକଟରେ ୩ଫୁଟ ଉଚ୍ଚରେ  ବନ୍ୟାପାଣି ଚାଲୁଥିବାରୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ବୈତରଣୀନଦୀ କୂଳ ଲଂଘି ବନ୍ୟାଜଳ ଓଳଗ ପଞ୍ଚାୟତର ବୋଡକ, ଷାଠିବାଙ୍କୁଡା, ଅମୃତମଣୀ, ଆରଡି ପଞ୍ଚାୟତର ମୁଆଁ, ସନ୍ତରା, ପାଲଟପୁର, ଶୀତଳପୁର ଆଦି ଗାଁରେ ବନ୍ୟାପାଣି ପ୍ରବେଶ କରିବାରୁ ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି।  ସେଠାରେ ବସବାସ କରୁଥିବା ଲୋକମାନେ ଅଣ୍ଟାଏ ପାଣିରେ ପଶି ଯାତାୟତ କରୁଛନ୍ତି । ଅନେକ ସ୍ଥାନରେ ନଳକୂପ ବୁଡିଯାଇଥିବାରୁ ପିଇବା ପାଣିର ସମସ୍ୟା ଦେଖାଦେଇଛି । କିଏ ସାଙ୍ଗିଭାରରେ ନେଉଛି ତ ଆଉକିଏ ବାଉଁଶ ଭେଳାକୁ ସାହାରା କରିଛି। ସେହିପରି ଶହଶହ ଏକର ଚାଷଜମିରେ ବନ୍ୟା ପାଣି ଲହଡି ଭାଙ୍ଗୁଛି। ଗୃହପାଳିତ ପଶୁ ଅଧିକ ପ୍ରଭାବିତ ହୋଇଛନ୍ତି।
ଅନେକ ବିଦ୍ୟାଳୟ ବନ୍ୟାଘେରରେ ରହିଥିବାରୁ ବନ୍ୟା ବିପନ୍ନ ମାନେ ଦୀର୍ଘ ୩ଦିନ ହେଲା ପରଘରେ ମୁଣ୍ଡ ଗୁଞିଛନ୍ତି ।

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ , ବିଡିଓ ଜ୍ୟୋତି ବିକାଶ ଦାସ, ଅତିରିକ୍ତ ତହସିଲିଦାର ଆର.ଆଇ, ନୋଡାଲ ଅଫିସରଙ୍କ ସହ ବହୁ ଅଧିକାରୀ ଗତକାଲି ଆରଡି, ଓଳଗ, ନାନ୍ଦପୁର ପଞ୍ଚାୟତର ବନ୍ୟାଞ୍ଚଳର ସ୍ଥିତି ପରଖିବା ସହ ବନ୍ୟାପାଣିରେ ପଶି ବିପନ୍ନଙ୍କୁ ଭେଟିଥିଲେ । ଏପରିକି ଯଥାଶିଘ୍ର ବିପନ୍ନଙ୍କୁ ସମସ୍ତ ସହାୟତା ପହଁଚାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହ ବିଧାୟକ ଆଲୋଚନା କରିଥିଲେ। ଏପରିକି ବିଧାୟକ ନିଜେ ବିପନ୍ନମାନଙ୍କୁ ଶୁଖିଲା ଖାଦ୍ୟବାଣ୍ଟିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories