www.samajalive.in
Tuesday, December 9, 2025
15.1 C
Bhubaneswar

ରାଜମିସ୍ତ୍ରୀମାନଙ୍କୁ ‘ବିଶ୍ୱକର୍ମା’ ଉପାଧି ପ୍ରଦାନ

ଝୁମ୍ପୁରା : ଅଗ୍ରଣୀ ସିମେଣ୍ଟ କମ୍ପାନୀ ଡାଲମିଆଁ ତରଫରୁ ରାଜମସ୍ତ୍ରୀ ମାନଙ୍କୁ ବିଶ୍ୱକର୍ମା ଉପାଧି ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି । ଚଳିତ ବର୍ଷ ଡାଲମିଆଁ ପରିବାର ତରଫରୁ ବିଶ୍ୱକର୍ମା ପୂଜା ଅବସରରେ ଝୁମ୍ପୁରା ସ୍ଥିତ କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ବିଶ୍ୱକର୍ମା ଉପାଧି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଗଣେଷ ଉଦ୍ୟୋଗ ତରଫରୁ ଅନୁଷ୍ଠିତ ଏହି ବିଶ୍ୱକର୍ମା ଉପାଧି ପ୍ରଦାନ ଉତ୍ସବରେ ଡାଲମିଆଁ ପରିବାର ଇଂଜିନିୟ ମଙ୍ଗଲ ପ୍ରସାଦ ସାମନ୍ତ, ଇଂ ଅନିଶ କୁମାର ସେଠୀ, ଇଂ ଚନ୍ଦନ ଗିରି ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ଉତ୍ସବରେ ଯୋଗଦାନ କରିଥିବା ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଲେ ସଂପ୍ରତି ନିର୍ମାଣ କ୍ଷେତ୍ରରେ ସିମେଣ୍ଟ କମ୍ପାନୀ ଗୁଡିକ ପ୍ରତିଯୋଗିତାର ସହ କାର୍ଯ୍ୟ କରୁଛନ୍ତି। ସମସ୍ତ ସିମେଣ୍ଟ କମ୍ପାନୀ ମଧ୍ୟରୁ ଡାଲମିଆଁ ସିମେଣ୍ଟ କମ୍ପାନୀ ଆଜି ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଡାଲମିଆଁ ସିମେଣ୍ଟକୁ ନିର୍ମାଣ କ୍ଷେତ୍ରରେ ଅଧିକ ଆଗ୍ରାଧିକାର ଦେଇ କାର୍ଯ୍ୟକରୁଥିବା ରାଜମିସ୍ତ୍ରୀ ମାନଙ୍କୁ ଡାଲମିଆଁ ପରିବାର ତରଫରୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ବିଶ୍ୱକର୍ମା ଉପାଧି ପ୍ରଦାନ କରିଆସୁଛନ୍ତି। ଚଳିତ ବର୍ଷ ଝୁମ୍ପୁରା ବ୍ଲକ ଅଞ୍ଚଳରେ ସର୍ବାଧିକ ଡାଲମିଆଁ ସିମେଣ୍ଟ ବ୍ୟବହାର କରିବା ସହିତ ନିର୍ମାଣ କାର୍ଯ୍ୟକୁ ଅଧିକ ସୁଦୃଢ କରୁଥିବା ଏହି ସିମେଣ୍ଟକୁ ସବୁବର୍ଗର ଲୋକ ନିଜ ନିଜ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଉଦ୍ୟମ ଜାରୀ ରଖିଥିବା ୬୦ ବର୍ଷରୁ ଅଧିକ ବୟଷ୍କ ମସ୍ତ୍ରୀ ହରିହର ମହାକୁଡକୁ ଚଳିତ ବର୍ଷ ଝୁମ୍ପୁରା ଠାରେ ଡାଲମିଆଁ ସିମେଣ୍ଟ ପରିବାର ତରଫରୁ ବିଶ୍ୱକର୍ମା ଉପାଧି ପ୍ରଦାନ କଯାଇଛି। ଶ୍ରୀ ମହାରଣାକୁ ଡାଲମିଆଁ ପରିବାର ତରଫରୁ ଉପଢୌକନ, ମାନପତ୍ର , ସହିତ ପୁସ୍ତକ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ କରିଥିଲେ ଶ୍ରୀ ଗଣେଷ ଏଣ୍ଟରପ୍ରାଇସର ମୁଖ୍ୟ ରଞ୍ଜନ କୁମାର ବେହେରା। ଶେଷରେ ବ୍ଲକର ଅନ୍ୟ ରାଜମିସ୍ତ୍ରୀ ମାନଙ୍କୁ ଡାଲମିଆଁ ପରିବାର ତରଫରୁ ସାନ୍ତନା ମୂଳକ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories