www.samajalive.in
Sunday, December 7, 2025
14.1 C
Bhubaneswar

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କିଛି ସହଜ ଉପାୟ

ଘିଅ ଖାଇବା ଦ୍ୱାରା ଶରୀରର ଅନେକ ଲାଭ ହୋଇଥାଏ ଏହା ତ ସମସ୍ତେ ଜାଣିଛନ୍ତି। କିନ୍ତୁ ଦେଶୀ ଘିଅର ବ୍ୟବହାର ଆମେ ଅନେକ ମାତ୍ରାରେ କରିଥାଉ। ଦେଶୀ ଘିଅକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିଥାଉ। ଦେଶୀ ଘିଅ ଦ୍ୱାରା ଆମେ କେଶ ଓ ମୁହଁକୁ ମଧ୍ୟ ନୂଆ ରୂପ ଦେଇପାରିବା। ଏହାର ବ୍ୟବହାର ଆମ କେଶ ଓ ମୁହଁ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଆସନ୍ତୁ ଜାଣିବା ଦେଶୀ ଘିଅ ଦ୍ୱାରା କେଶ ଓ ମୁହଁକୁ କିପରି ସୁନ୍ଦର କରିବା ……….
ମୁହଁର ଶୁଷ୍କତା:
ଯଦି ଆପଣଙ୍କ ମୁହଁ ଶୁଷ୍କ ହେଉଥାଏ  , ଦେଶୀ ଘିଅ ବ୍ୟବହାର କରନ୍ତୁ। ଦେଶୀ ଘିଅକୁ ଅଳ୍ପ ଉଷୁମ କରି ଗାଧୋଇବା ବେଳେ ମୁହଁରେ ଭଲ ଭାବରେ ମାଲିସ କରନ୍ତୁ। ଏହାଦ୍ୱାରା ଆପଣଙ୍କ ମୁହଁ କୋମଳ ହେବା ସହ ଶୁଷ୍କତା ଦୂର ହୋଇଯିବ।
କଳା ଦାଗ:
ମୁହଁରେ କଳା ଦାଗ ହେଉଥିଲେ  ଦାଗ ଛଡାଇବା ପାଇଁ ଦେଶୀ ଘିଅର ବ୍ୟବହାର କରନ୍ତୁ। ପ୍ରତିଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ମୁହଁର ଯେଉଁ ଜାଗାରେ କଳା ଦାଗ ହୋଇଥିବ ସେଠାରେ ଦେଶୀ ଘିଅ ଲଗାଇ ଶୋଇ ଯାଆନ୍ତୁ। ସକାଳୁ ଉଠି ମୁହଁ ଧୋଇ ଦିଅନ୍ତୁ। ଅଳ୍ପ ଦିନ ପରେ ମୁହଁରେ କଳା ଦାଗ ଛାଡିଯିବ।
ସାମାନ୍ୟ ଦାଗ:
ମୁହଁରେ କିଛି ସାମାନ୍ୟ ଦାଗ ଚିହ୍ନ ରହିଥିଲେ ଦେଶୀ ଘିଅର ବ୍ୟବହାର କରି ପାରିବେ। ପ୍ରତିଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ହାତରେ ଅଳ୍ପ ଦେଶୀ ଘିଅ ନେଇ ଦାଗ ହୋଇଥିବା ଜାଗାରେ ଭଲ ଭାବରେ ମାଲିସ କରି ଶୁଅନ୍ତୁ। ସକାଳୁ ଉଠି ଭଲ ଭାବରେ ମୁହଁକୁ ଧୋଇ ତୁଳାରେ ପୋଛି ଦିଅନ୍ତୁ। କିଛି ଦିନ ପରେ ମୁହଁରୁ ଦାଗ ଚିହ୍ନ ଲିଭିଯିବ।
କେଶ ବଢାଇବା:
କେଶକୁ ଲମ୍ବା କରିବା ନିମନ୍ତେ ଦେଶୀ ଘିଅ ମାଲିସ କରନ୍ତୁ। ଦେଶୀ ଘିଅରେ ଅଅଁଳା ତେଲ ଓ ପିଆଜ ରସ ମିଶାଇ ମଧ୍ୟ ଲଗାଇ ପାରିବେ। ସପ୍ତାହରେ ଥରେ କେଶରେ ଦେଶୀ ଘିଅ ମାଲିସ କରନ୍ତୁ। ଏପରି କରିବା ଦ୍ୱାରା କେଶ  ଶୀଘ୍ର ବଢିବା ସହ ଝଡିବା ମଧ୍ୟ ବନ୍ଦ ହୋଇଯାଏ। ଏହା ସହ କେଶ ଘନ ଓ ଆକର୍ଷଣୀୟ ହୋଇଥାଏ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories