BJD Bijuli 480×75 Mob

ବର୍ଷା ପାଇଁ ନିଆରା ଇନ୍ଦ୍ର ପୂଜା

BJD Bijuli 480×75 Mob

ବୌଦ୍ଧ: ବୌଦ୍ଧ ଜିଲା ଏକ କୃଷି ଭିତ୍ତିକ ଜିଲା ଅଟେ। ଜିଲାରେ ଚାଷ କହିଲେ ଧାନ ଚାଷକୁ ବୁଝାଏ। ସ୍ୱଳ୍ପ ବର୍ଷାରେ ଜିଲାରେ କାଁ ଭାଁ ଚାଷ ହୋଇଥିବାବେଳେ ବର୍ଷାର ଅଭାବ ଯୋଗୁଁ ଫସଲ ନଷ୍ଟ ହେବା ସହ ମରୁଡି ପରିସ୍ଥିତି ଦେଖାଦେଲାଣି। ଅନେକ ସ୍ଥାନରେ ଜମି ଗୁଡିକ ଫାଟି ଆଁ କରିବାକୁ ବସିଥିବାବେଳେ ଚାଷୀମାନେ ବିଲରେ ଗୋରୁ ଛାଡିଲେଣି। ବର୍ଷା ପାଇଁ ଜିଲାର ଚାଷୀ ହାହାକାର ହେଉଥିବା ବେଳେ ପୂର୍ବପୁରୁଷରୁ ବିଶ୍ୱାସ ରହିଛି ଇନ୍ଦ୍ର ଦେବତାଙ୍କୁ ପୂଜା କଲେ ବର୍ଷା ହୋଇଥାଏ। ବର୍ଷା ପାଇଁ ଜିଲାର ହରଭଙ୍ଗା ବ୍ଲକର କରଞ୍ଜକଟା ଗ୍ରାମରେ ଶନିବାର ଦିନ ଇନ୍ଦ୍ର ପୂଜା କରାଯାଇଛି। ଗ୍ରାମବାସୀଙ୍କ ଦ୍ୱାରା ଗ୍ରାମର ମଣ୍ଡପ ଠାରେ ହୋମ ଯଜ୍ଞ କରିବାସହ ଗ୍ରାମର ପୁରୁଷ ଓ ମହିଳାମାନେ ନାମ ସଂକିର୍ତ୍ତନ କରି କପଡା ଓ ବାଉଁଶରେ ଏକ ଡଙ୍ଗା ତିଆରି କରି ଗ୍ରାମ ପରିକ୍ରମା କରିବା ସହ ସମସ୍ତ ଗ୍ରାମବାସୀଙ୍କ ଘର ସମ୍ମୁଖରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି ପୂଜା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା।

Comments are closed.