BJD Bijuli 480×75 Mob

ବୌଦ୍ଧ ନୂତନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସ୍ୱାଗତ

BJD Bijuli 480×75 Mob

ବୌଦ୍ଧ: ବୌଦ୍ଧର ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଉଦୟନାଥ ମାଝୀ ଙ୍କୁ ଜିଲ୍ଲା ନୂତନ ପେନସନ ଧାରୀ ପ୍ରାଥମିକ ଶିକ୍ଷକ ସଂଘ ଫୁଲତୋଡ଼ା ଦେଇ ସ୍ୱାଗତ କରିଛନ୍ତି। ସ୍ୱାଗତ ବେଳେ ସଂଘର ପ୍ରତିନିଧି ବିଭିନ୍ନ ଶିକ୍ଷକ ସମସ୍ୟାର ଆଲୋଚନା କରିଥିଲେ କ୍ଷ ଶିକ୍ଷାଧିକାରୀ ଶ୍ରୀ ମାଝୀ ଶିକ୍ଷକଙ୍କ ସହଯୋଗରେ ଧୀରେ ଧୀରେ ସମସ୍ୟା ଗୁଡିକର ସମାଧାନ କରାଯିବ ବୋଲି କହିଥିଲେ। ଜିଲ୍ଲା ସଂଘ ସଭାପତି ବିନୋଦ ଷଡ଼ଙ୍ଗୀ, ସମ୍ପାଦକ ମହେଶ ସେଠି, ରାଜ୍ୟ ସଂଘ ଉପସଭାପତି ଶମ୍ଭୁ ଗିରି, ଶିକ୍ଷକ ହରମୋହନ ଦନାୟକ, ଧରଣୀ ମେହେର, ରାଜକୁମାର ପ୍ରଧାନ, ସୁଶାନ୍ତ କୁମାର କହଁର, ବୃନ୍ଦାବନ ସାହୁ, ଅନାଦି ଚରଣ ବେହେରା, ଲୋକନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.