www.samajalive.in
Monday, December 15, 2025
24.1 C
Bhubaneswar

ଟୋକିଓ ପାରାଲିମ୍ପିକ୍ସ: ଜାଭେଲିନରେ ଭାରତକୁ ମିଳିଲା ୨ ପଦକ

ଟୋକିଓ: ଏଠାରେ ଚାଲିଥିବା ୨୦୨୦ ପାରାଲିମ୍ପିକ୍ସରେ ସୋମବାର ଭାରତ ପାଇଁ ସ୍ମରଣୀୟ ଦିନ ହୋଇ ରହିବ। ଏହିଦିନ ଭାରତ ଚାରିଟି ପଦକ ହାସଲ କରିବାରେ ସଫଳ ହୋଇଛି। ଅବନି ଲେଖରା ବନ୍ଧୁକ ଚାଳନାରେ ସ୍ୱର୍ଣ୍ଣ ଏବଂ ଯୋଗେଶ ଡିସ୍‍କସ ଥ୍ରୋ ରେ ରୌପ୍ୟ ପଦକ ହାସଲ କରିବା ପରେ ଜାଭେଲିନ ଥ୍ରୋରେ ଭାରତକୁ ମିଳିଛି ଦୁଇଟି ପଦକ, ଦେବେନ୍ଦ୍ର ଝାଝରିଆ ରୌପ୍ୟ ଏବଂ ସୁନ୍ଦର ସିଂହ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ଜାଭେଲିନ ଥ୍ରୋ ଏଫ୪୬ ମିଟର ଫାଇନାଲରେ ଏହି ଦୁଇଟି ପଦକ ଭାରତକୁ ମିଳିଛି। ଦେବେନ୍ଦ୍ର ଝାଝରିଆ ଏହି ବିଭାଗରେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ୬୪.୩୫ ମିଟର ପର୍ଯ୍ୟନ୍ତ ଥ୍ରୋ କରି ରୌପ୍ୟ ପଦକ ଜିତିଥିବାବେଳେ ସୁନ୍ଦର ସିଂହ ଗୁର୍ଜର ୬୪.୦୧ ମିଟର ଦୂରତାକୁ ଥ୍ରୋ କରି କାଂସ୍ୟ ପଦକ ହାସଲ କରିଛନ୍ତି। ଏହି ବିଭାଗରେ ଶ୍ରୀଲଙ୍କାର ହେରାଥ ମୁଦିୟାନ୍ସ ବ୍ୟକ୍ତିଗତ ଶ୍ରେଷ୍ଠ ୬୭.୭୯ ମିଟର ଦୂରତାକୁ ଥ୍ରୋ ସହିତ ନୂଆ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories