www.samajalive.in
Monday, December 15, 2025
24.1 C
Bhubaneswar

ଗଞ୍ଜାମ ବ୍ଲକରେ ମରୁଡି ପରିସ୍ଥିତି ଅନୁଧ୍ୟାନ କଲେ ବିଜେପି ପ୍ରତିନିଧି

ଗଞ୍ଜାମ: ଗଞ୍ଜାମ ବ୍ଲକ ରେ ଦେଖା ଦେଇଥିବା ମରୁଡି ପରିସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ  ବିଜେପିର ଏକ ପ୍ରତିନିଧି ଦଳ ଶନିବାର ଆସିଥିବା ଜଣାପଡିଛି। ସେମାନେ ଗଞ୍ଜାମ ବ୍ଲକର ଜହମି ଓ ହୁମା ଅଞ୍ଚଳ ବୁଲି ଦେଖିଥିଲେ। ବର୍ଷା ଅଭାବ ଯୋଗୁଁ ଜମିଗୁଡିକ ପଡିଆ ରହିଥିବା ସେମାନେ ଦେଖିବା ସହ ଏହି ସମସ୍ୟା ନେଇ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଚାଷୀମାନେ ସେମାନଙ୍କ ଅସୁବିଧା ଓ଼ ମରୁଡି ପରିସ୍ଥିତି ସମ୍ପର୍କରେ ବିଜେପି ପ୍ରତିନିଧିଙ୍କୁ ଅବଗତ କରିଥିଲେ।

 

- Advertisement -

ଏହି ପ୍ରତିନିଧି ଦଳରେ ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର , ବିଜେପି ନେତ୍ରୀ ଅନିତା ପ୍ରିୟଦର୍ଶନି, ରାଜ୍ୟ ଉପସଭାପତି ଭୃଗୁବକ୍ସିପାତ୍ର, ପ୍ରଶାନ୍ତ କର, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଜିଲାପରିଷଦ ସଭ୍ୟ ରଶ୍ମିରାଣୀ ମହାପାତ୍ର, ଗଞ୍ଜାମ ନଗର ସଭାପତି ସୁଦାମ ଜେନାଙ୍କ ସମେତ ପ୍ରାୟ ୫୦ଜଣ  ବିଜେପି କର୍ମୀ ସାମିଲ ହୋଇଥିଲେ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories