www.samajalive.in
Monday, December 15, 2025
24.1 C
Bhubaneswar

ବୁର୍ଲା ଭିମସାରର ରକ୍ତ ଭଣ୍ଡାରରେ ରକ୍ତର ଅଭାବ

ବୁର୍ଲା : ବୁର୍ଲା ଭିମସାରର ରକ୍ତ ଭଣ୍ଡାରରେ ରକ୍ତର ସଙ୍କଟ ଦେଖାଦେବାକୁ ନେଇ ଭିମସାରରେ ଏହା ଚିନ୍ତାର ବିଷୟୟ ପାଲଟିଛି । ବୁର୍ଲା ଭିମସାର ହସପିଟାଲକୁ ଆସି ଚିକିତ୍ସାଧିନ ରୋଗୀଙ୍କୁ ଯେତିକି ପରିମାଣର ରକ୍ତ ଅବଶ୍ୟତା ରହିଛି ସେହି ତୁଳନାରେ କିଛିଦିନ ହେବ ରକ୍ତ ଉପଲବ୍ଧ ହେଉ ନ ଥିବା ଅଭିଯୋଗ ହୋଇଛି । ଦୈନିକ ପ୍ରାୟ ପାଖାପାଖି ୮୦ ୟୁନିଟରୁ ଉଦ୍ଧ୍ୱର୍ ୟୁନିଟର ଆବଶ୍ୟକତା ରହୁଛି । କିନ୍ତୁ ଆଜି ରକ୍ତ ଭଣ୍ଡାରରେ ମାତ୍ର ୩ ୟୁନିଟ ରକ୍ତ ଗଚ୍ଛିତ ରହିଥିବା ସୁଚନା ହସ୍ତଗତ ହୋଇଛି । ବି ପଜିଟିଭ ଗ୍ରୁପର ଦୁଇଟି ୟୁନିଟ ଏବଂ ଏବି ପଜିଟିଭ ଗ୍ରୁପର ମାତ୍ର ଗୋଟିଏ ୟୁନିଟ ରକ୍ତ ଗଚ୍ଛିତ ରହିଥିବା ଜଣାପଡିଛି ।
ତେବେ ବୁର୍ଲା ଭିମସାରର ରକ୍ତ ଭଣ୍ଡାରରେ ୧୫ଶହ ୟୁନିଟ ରକ୍ତ ଗଚ୍ଛିତ ହେବାର ବ୍ୟବସ୍ଥା ରହିଛି । ହେଲେ ଗତ ପ୍ରାୟ ଏକ ମାସ ହେବ ବାହାରେ କୌଣସି ରକ୍ତଦାନ ଶିବିର ଅନୁଷ୍ଠିତ ହେଉ ନ ଥିବାରୁ ଏହାର ପ୍ରଭାବ ବୁର୍ଲା ଭିମସାରର ରକ୍ତ ଭଣ୍ଡାରରେ ପଡିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବୁର୍ଲା ଭିମସାରର ରକ୍ତ ଭଣ୍ଡାର ଅଧିକାରୀ ଦାୟିତ୍ୱରେ ରହିଥିବା ଟ୍ରାନ୍ସଫୁ୍ୟଜନ ମେଡ଼ିସିନ ବିଭାଗର ଡ଼ାକ୍ତର ଚିତ୍ତରଞ୍ଜନ ପ୍ରସାଦଙ୍କୁ ଯୋଗାଯୋଗ କରାଯିବାରୁ ରକ୍ତ ଦାନ ଶିବିର ହେଉ ନ ଥିବାରୁ ରକ୍ତ ସଙ୍କଟ ହେଉଥିବା ସୁଚନା ଦେଇଛନ୍ତି । ତେବେ ବର୍ତ୍ତମାନ ବୁର୍ଲା ଭିମସାରରେ ରୋଗୀଙ୍କ ଅ।ବଶ୍ୟକତା ଅନୁଯାୟୀ ଦିନକୁ ପ୍ରାୟ ୮୦ ୟୁନିଟ ରକ୍ତ ଅ।ବଶ୍ୟକ ହୋଇଥାଏ ମାତ୍ର ଆଜି ସକାଳ ସମୟରେ ୨୧ ୟୁନିଟ ରକ୍ତ ହସପିଟାଲର ରୋଗୀଙ୍କ ଚିକିତ୍ସା ପାଇଁ ଦିଆଯାଇଥିବା ବେଳେ ଆଉ ୩ ୟୁନିଟ ରକ୍ତ ଗଚ୍ଛିତ ରହିଛି । ତେବେ ଯଦି ରାତିରେ କୌଣସି ରୋଗୀଙ୍କ ଜରୁରୀ ହୁଏ ତେବେ ଏହା ମଧ୍ୟ ଶେଷ ହୋଇଯିବ । ତେବେ ପୁର୍ବରୁ ଭିମସାର ରକ୍ତଭଣ୍ଡାର ଇତିହାସରେ ଏଭଳି ରକ୍ତର  ଅଭାବ କେବେ ମଧ୍ୟ ପରିଲକ୍ଷିତ ହୋଇ ନ ଥିବା ଦୃଷ୍ଟାନ୍ତ ରହିଛି । ଏହା ସହିତ କୌଣସି ଜରୁରୀକାଳିନ ଚିକିତ୍ସା, ଥାଲାସେମିଆଁ ତଥା ସ୍ତ୍ରୀ ଓ ପ୍ରସୁତୀ ଏବଂ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ପାଇଁ ଜରୁରୀକାଳୀନ ଭିତ୍ତିରେ ରକ୍ତର ଆବଶ୍ୟକତା ପଡ଼ିଲେ କିଭଳି ଭାବରେ ଏହାକୁ ଭରଣା କରାଯିବ ତାକୁ ନେଇ ଚିନ୍ତା ପ୍ରକାଶ ପାଉଛି ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories