www.samajalive.in
Tuesday, December 9, 2025
19.1 C
Bhubaneswar

ସାବଧାନ! ବଜାରରେ ବୁଲୁଛି ନକଲି ୫୦ ଓ ୧୦୦ ଟଙ୍କିଆ ନୋଟ୍‍

ନୂଆଦିଲ୍ଲୀ : ବଜାରରେ ବହୁ ସଂଖ୍ୟାରେ ୫୦ ଏବଂ ୧୦୦ ଟଙ୍କିଆ ଜାଲ୍‍ ନୋଟ ବୁଲୁଛି। ଲୋକେ ଏହାକୁ ସହଜରେ ଚିହ୍ନି ପାରୁନାହାନ୍ତି। ତବେ ବ୍ୟାଙ୍କକୁ ଜମା ପାଇଁ ଆସିବା ବେଳେ ଏଭଳି ଅନେକ୍‍ ଜାଲ ନୋଟ ଧରାପଡୁଛି। ଏହା ଆରବିଆଇର ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପକ୍ଷରୁ ବୁଧବାର ଜାରି ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ବିଭିନ୍ନ ବ୍ୟାଙ୍କରେ ୩୫% ଅଧିକ ୧୦୦ ଟଙ୍କିଆ ଏବଂ ୧୫୪.୩% ୫୦ ଟଙ୍କିଆ ଜାଲ୍‍ ନୋଟ୍‍ ଚିହ୍ନଟ କରାଯାଇଛି। ବ୍ୟାଙ୍କମାନଙ୍କରେ ୯୮୯୨ଟି ୫୦୦ ଟଙ୍କିଆ ଏବଂ ୧୭୯୨୯ଟି ୨୦୦୦ ଟଙ୍କିଆ ଜାଲ୍‍ ନୋଟ ଚିହ୍ନଟ କରାଯାଇଛି।
ତେବେ ବିମୁଦ୍ରାୟନ ପରେ ୨୦୧୭-୧୮ରେ ଜାଲ୍‍ ନୋଟ୍‍ ସଂଖ୍ୟା ହ୍ରାସ ପାଇଛି। ୨୦୧୫-୧୬ରେ ୬୩୨୯୨୬ଟି ଜାଲ ନୋଟ ଧରାଯାଇଥିଲା। ଏହାପରେ ୨୦୧୬-୧୭ରେ ୭୬୨୦୭୨ଟି ଏବଂ ୨୦୧୭-୧୮ରେ ୫୨୨୭୮୩ଟି ଜାଲ୍‍ ନୋଟ୍‍ ଧରାଯାଇଛି। ଆରବିଆଇ ଅନୁସାରେ ୨୦୧୭-୧୮ ବର୍ଷରେ ଜାଲ ନୋଟ ପରିମାଣ ୩୧.୪% ହ୍ରାସ ପାଇଛି। ମାତ୍ର ୫୦ ଏବଂ ୧୦୦ ଟଙ୍କିଆ ଜାଲ ନୋଟ୍‍ ସଂଖ୍ୟା ବଢି ଚାଲିଛି।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories