www.samajalive.in
Monday, December 15, 2025
24.1 C
Bhubaneswar

୨୩ରୁ ଘରୋଇ ବିଦ୍ୟାଳୟରେ ନାମ ଲେଖାଇବେ ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବ‌ନେଶ୍ବର: ଶିକ୍ଷା ଅଧିକାର ଆଇନ(ଆରଟିଇ) ୨୦୦୯ର ଧାରା ୧୨(୧)-ଗ ଅନୁଯାୟୀ ଚଳିତବର୍ଷ ସାମାଜିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଘରୋଇ ବିଦ୍ୟାଳୟରେ ନାମଲେଖା ପାଇଁ ସୁଯୋଗ ମିଳିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନାମଲେଖା ପ୍ରକ୍ରିୟା ସାରିବାକୁ ତତ୍ପରତା ପ୍ରକାଶ ପାଇଛି। ପାରଦର୍ଶୀ ପୋର୍ଟାଲ ଜରିଆରେ ନାମଲେଖା ପାଇଁ ଆବେଦନ କରାଯାଇଥିଲା। ଫେବୃୟାରୀରୁ ଚଳିତ ମାସ ପର୍ଯ୍ୟନ୍ତ ୫୯୭୦ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ) ପ୍ରମାଣପତ୍ର ଯାଞ୍ଚ କରିବା ପରେ ୩୮୩୯ ଆବେଦନକୁ ଯୋଗ୍ୟ ବିବେଚିତ କରାଯାଇଛି।

- Advertisement -

ଯୋଗ୍ୟ ବିବେଚିତ ହେଲେ ୩୬୦୯ ବିଦ୍ୟାର୍ଥୀ
ଅଗଷ୍ଟ ପହିଲାରୁ ଦ୍ବିତୀୟ ପର୍ଯ୍ୟାୟ ଆବେଦନ

ପାରଦର୍ଶୀ ପୋର୍ଟାଲରେ କେନ୍ଦ୍ରୀୟ ଲଟେରି କରାଯିବା ପରେ ୩୬୦୯ ଛାତ୍ରଛାତ୍ରୀଙ୍କ ନାମକୁ ମନୋନୟନ କରାଯାଇଛି। ଏହି ତାଲିକା ସଂପୃକ୍ତ ବିଇଓଙ୍କ ନିକଟକୁ ପଠାଯାଇଛି। ବିଇଓ ସମ୍ପୃକ୍ତ ବେସରକାରୀ ସ୍କୁଲକୁ ଛାତ୍ରଛାତ୍ରୀଙ୍କ ନାମ ତାଲିକା ପଠାଇବେ। ଘରୋଇ ବିଦ୍ୟାଳୟରେ ଜୁଲାଇ ୨୩ରୁ ନାମଲେଖା ଆରମ୍ଭ ହୋଇ ୩୧ରେ ଶେଷ ହେବ। ନାମଲେଖା ସରିବା ପରେ ଘରୋଇ ବିଦ୍ୟାଳୟରେ ଖାଲିଥିବା ସିଟ୍‌ ପାଇଁ ଅଗଷ୍ଟ ୧ରୁ ୧୦ ମଧ୍ୟରେ ପୁଣି ଥରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀ ଓ ଅଭିଭାବକ www.rteparadarshi.odisha.gov.in ରେ ଆବେଦନ କରିପାରିବେ। ପୋର୍ଟାଲରେ ଆସନ୍ତାକାଲିଠୁ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀଙ୍କ ତାଲିକା ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories