www.samajalive.in
Sunday, December 7, 2025
23.1 C
Bhubaneswar

ରାଜ୍ୟରେ ୨୪ ଘଣ୍ଟାରେ ୨୦୮୫ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୫୨୮

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଦିନକ ମଧ୍ୟରେ ୨୦୮୫ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୧୧୯୮ ଏବଂ ସ୍ଥାନୀୟ ସଂକ୍ରମିତ ୮୮୭ ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଦିନକରେ ଖୋର୍ଦ୍ଧାରୁ ସର୍ବାଧିକ ୫୨୮ଜଣ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୭୩, ବାଲେଶ୍ୱର ୧୧୩, ବରଗଡ ୧୫, ଭଦ୍ରକ ୧୭୩, ବଲାଙ୍ଗିର ୭ ଓ ବଉଦ ଜିଲାରୁ ୩ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକ ଜିଲାରୁ ୨୧୦, ଦେବଗଡ ୪, ଢେଙ୍କାନାଳ ୪୧, ଗଜପତି ୧୯, ଗଞ୍ଜାମ ୧୪, ଜଗତସିଂହପୁର ୧୩୨, ଝାରସୁଗୁଡା ୧୦, କନ୍ଧମାଳ ୧୮, କେନ୍ଦ୍ରାପଡା ୯୪, କେନ୍ଦୁଝର ୨୪, କୋରାପୁଟରୁ ୧୬ ଚିହ୍ନଟ ହୋଇଛନ୍ତି।

- Advertisement -

ମାଲକାନଗିରିରୁ ୧୯, ମୟୁରଭଞ୍ଜ ୮୪, ନବରଙ୍ଗପୁର ୧୮, ନୟାଗଡ ୬୦, ନୂଆପଡା ୫, ପୁରୀ ୧୦୬, ରାୟଗଡା ୧୪, ସମ୍ବଲପୁର ୩୬, ସୋନପୁର ୪, ସୁନ୍ଦରଗଡ ୨୫ ଏବଂ ଷ୍ଟେଟପୁଲରୁ ୧୧୦ ଚିହ୍ନଟ ହୋଇଛନ୍ତି। ଦିନକରେ ୨୨୪୮ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୯୩୨୬୬୬ ଜଣ ଆରୋଗ୍ୟଲାଭ କରିସାରିଛନ୍ତି। ସଂପ୍ରତି ରାଜ୍ୟରେ ୨୦୧୬୮ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories