www.samajalive.in
Sunday, December 7, 2025
23.1 C
Bhubaneswar

ବ୍ୟସ୍ତ ବିଗ୍‌ ବି

ସିନେଜଗତର ମହାନାୟକ ଭାବେ ଜଣାଯାନ୍ତି ୭୫ ବର୍ଷୀୟ ଅମିତାଭ ବଚ୍ଚନ। ମିଳିଥିବା ଖବର ଅନୁସାରେ, ବହୁ ଚର୍ଚ୍ଚିତ ‘କୌନ୍ ବନେଗା କରୋଡପତି’ର ଆଗାମୀ ସିଜନ୍ ଖୁବ୍ ଶୀଘ୍ର ପ୍ରସାରିତ ହେବାକୁ ଯାଉଛି। ଏହାର ଉପସ୍ଥାପନା କରୁଥିବା ଅମିତାଭ କିନ୍ତୁ ଏଥରକ କାର୍ଯ୍ୟକ୍ରମର ପ୍ରଚାର ଅଭିଯାନରେ ଯୋଗ ଦେବାକୁ ଅସମର୍ଥ। କଠିନ ମୁହୂର୍ତ୍ତରେ ଏଇ କେବିସି ପାଇଁ ନିଜ ସ୍ଥିତିକୁ ଦୃଢ଼ କରିପାରିଥିଲେ ବିଗ୍ ବି। ଏଣୁ ଏହି କାର୍ଯ୍ୟକ୍ରମର ପ୍ରଯୋଜକଙ୍କ ସମସ୍ତ ସର୍ତ୍ତକୁ ଅମିତାଭ ନିଜ ପାରୁପର୍ଯ୍ୟନ୍ତ ପୂରଣ କରିଥାନ୍ତି। ଏଥରକ କିନ୍ତୁ ତାଙ୍କ ପାଖରେ ସମୟର ଘୋର ଅଭାବ। ମାତ୍ର ଘଣ୍ଟାଏ ମଧ୍ୟ ପ୍ରଚାର ଅଭିଯାନରେ ଯୋଗଦେବାକୁ ଅସମର୍ଥ ଅମିତାଭ। କାରଣ କିଛିଦିନତଳେ କରନ୍‌ ଜୋହର୍‌ ପ୍ରଯୋଜିତ ‘ବ୍ରହ୍ମାସ୍ତ୍ର’ ଓ ‘ବଦଲା’ ଚଳଚ୍ଚିତ୍ରର ସୁଟିଂ ବିଦେଶରୁ ଶେଷ କରି ସେ ଫେରିଛନ୍ତି। ଏହା ସହ ଆଗାମୀ ଚଳଚ୍ଚିତ୍ର ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ର ପୋଷ୍ଟ-ପ୍ରଡକ୍ସନ୍ କାମ ଚାଲୁଛି। ଏସବୁ ଭିତରେ ‘କେବିସି’ର ବାରମ୍ବାର ପ୍ରଚାର ପାଇଁ ଅମିତାଭ ବିଭିନ୍ନ ସହର ଭ୍ରମଣ କରିପାରୁନାହାନ୍ତି। ଭର୍ଟିଗୋ ରୋଗରେ ଆକ୍ରାନ୍ତ ଅମିତାଭ ବରାବର ବିମାନ ଯାତ୍ରା ନକରିବା ନିମନ୍ତେ ଡାକ୍ତରଙ୍କ ପରାମର୍ଶ। ପତ୍ନୀ ଜୟା ମଧ୍ୟ ଏବେ ସ୍ବାମୀଙ୍କ ଉପରେ କଡ଼ା ନଜର ରଖୁଛନ୍ତି। ପ୍ରଶଂସକଙ୍କ ମନୋରଞ୍ଜନ ନିମନ୍ତେ ସମସ୍ତ ପଦକ୍ଷେପ ନେବାକୁ ଆଗଭର ଅମିତାଭ ମଧ୍ୟ ସ୍ବୀକାର କରୁଛନ୍ତି ଯେ ବୟସ ବଢ଼ିବା ପରେ ଆଉ ପୂର୍ବ ଭଳି କୌଣସି କାମକୁ ନେଇ ଆଗ୍ରହ ଆସୁନି।
ମୁମ୍ବଇ ଭିତରେ ଅମିତାଭ ଏହି କାର୍ଯ୍ୟକ୍ରମର ପ୍ରଚାର ଶେଷ କରିଦେଇଛନ୍ତି। ଦେଖାଯାଉ, ଅନ୍ୟ ସହରରେ ଅମିତାଭଙ୍କ ପ୍ରଚାର ଯୋଜନା କାର୍ଯ୍ୟକାରୀ ହେଉଛି କି ନାହିଁ?

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories