www.samajalive.in
Sunday, December 14, 2025
19.1 C
Bhubaneswar

ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ନିମନ୍ତେ ୫ ବର୍ଷ ପାଇଁ ୬,୧୪୩ କୋଟି ବ୍ୟୟ ବରାଦ : ଧର୍ମେନ୍ଦ୍ର ପ୍ରଧାନ

-ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ଓଡ଼ିଶାକୁ ୫ ବର୍ଷ ପାଇଁ ୨୧୮ କୋଟି
-କୋଭିଡ୍‍ ସମୟରେ ଅନଲାଇନ ଶିକ୍ଷା ପାଇଁ ଖର୍ଚ୍ଚ ହୋଇଛି ୧୪.୭୫ କୋଟି
-ଓଡ଼ିଶାରେ ୧୪ଟି ଆଦର୍ଶ ଡିଗ୍ରୀ କଲେଜ୍‍ ସ୍ଥାପନ ପାଇଁ ଅନୁମୋଦନ ଦିଆଯାଇଛି
-ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗୁଣାତ୍ମକ ଉଚ୍ଚ ଶିକ୍ଷା ପାଇଁ ପଦକ୍ଷେପ ନିଆଯାଉଛି
-୨୫ ଲକ୍ଷ ସାମାଜିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଲାପଟପ ବ୍ୟବସ୍ଥା
-ସବୁଠି ଶିକ୍ଷା ଉପଲବ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ

 

ନୂଆଦିଲ୍ଲୀ/ଭୁବନେଶ୍ୱର : ପଞ୍ଚଦଶ ଅର୍ଥ କମିଶନର ସୁପାରିଶ ଅନୁସାରେ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ସରକାର ଆଗାମୀ ୫ ବର୍ଷ ପାଇଁ ସବୁ ରାଜ୍ୟକୁ ୬ ହଜାର ୧୪୩ କୋଟି ଟଙ୍କା ବ୍ୟୟବରାଦ କରି ଥିବା ବେଳେ ତନ୍ମଧ୍ୟରୁ ଓଡ଼ିଶା ପାଇଁ ଏହି କ୍ଷେତ୍ରରେ ଆଗାମୀ ୫ ବର୍ଷ ପାଇଁ ୨୧୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ଓଡ଼ିଶାରେ ୧୪ଟି ଆଦର୍ଶ ଡିଗ୍ରୀ କଲେଜ୍‍ ସ୍ଥାପନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅନୁ ମୋଦନ ଦିଆଯାଇଛି ବୋଲି ସଂସଦରେ ଏ ସମ୍ପର୍କୀତ ପ୍ରଶ୍ନର ଉତରରେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ସଂସଦରେ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହ ଉଚ୍ଚ ଶିକ୍ଷାର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଉଚ୍ଚ ଶିକ୍ଷା ବିଭାଗର ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଶିକ୍ଷା ଉପରେ ରାଷ୍ଟ୍ରୀୟ ଅଭିଯାନ(ଏନଏମଇଆଇ ସିଟି) ଦ୍ୱାରା ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ଆଧାରିତ ଶିକ୍ଷା ଉପଲବ୍ଧ କରାଯାଉଛି।

- Advertisement -

ଏହି ଯୋଜନା ଅନ୍ତର୍ଗତ ସ୍ୱୟମ, ସ୍ୱୟମ୍‍ ପ୍ରଭା, ଏନଡ଼ିଏଲ, ଭର୍ଚ୍ଚୁଆଲ ଲ୍ୟାବ୍‍, ଇ-ୟନ୍ତ୍ର, ଫୋସେସ, ଇ-ଏସଏସ, ସୋଦ୍ଧ-ସୁଦ୍ଧି,ଇଆରପି (ସମର୍ଥ) ଇତ୍ୟାଦି ଭଳି ଡ଼ିଜିଟାଲ ପଦକ୍ଷେପ ନିଆଯାଇଛି। ସ୍ୱୟମ୍‍ ମାଧ୍ୟମରେ ଗୁଣାତ୍ମକ ଅନଲାଇନ ଶିକ୍ଷା ପ୍ରଦାନ କରାଯାଉଛି। ଆଞ୍ଚଳିକ ଭାଷାରେ ଅନଲାଇନ କୋର୍ସ ମୁକ୍ସ୍‍, ଡ଼ିଜିଟାଲ କ୍ଲାସରୁମର ବ୍ୟବସ୍ଥା କରିବା ସହ ୨୫ ଲକ୍ଷ ସାମାଜିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଲାପ୍‍ଟପ୍‍ ବ୍ୟବସ୍ଥା କରାଯାଇଛି। ସେହିପରି କେନ୍ଦ୍ର ସରକାର ଓଡ଼ିଶା ସମେତ ଦେଶର ସବୁ ରାଜ୍ୟକୁ ଏହି ଅନଲାଇନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଆଗାମୀ ୫ ବର୍ଷ ପାଇଁ ୬ ହଜାର ୧୪୩ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି।

ଓଡ଼ିଶାରେ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଆଗାମୀ ୫ ବର୍ଷ ପାଇଁ ୨୧୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଏବଂ ସବୁଠି ଶିକ୍ଷା ଉପଲବ୍ଧ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। କୋଭିଡ୍‍ ଯୋଗୁଁ ଶିକ୍ଷା ବ୍ୟବସ୍ଥା ବାଧାପ୍ରାପ୍ତ ନହୁଏ ଏବଂ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୨୦୨୦-୨୧ ଆର୍ôଥକ ବର୍ଷରେ ୧୪.୭୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଗତ ବର୍ଷ ମଇ ୧୭ ତାରିଖରେ ଆତ୍ମନିର୍ଭର ଭାରତ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଇବିଦ୍ୟା ଯୋଜନା ଆରମ୍ଭ କରାଯାଇଛି। ଶିକ୍ଷା କ୍ଷେତ୍ରରେ ପରିଗଣିତ ପଛୁଆ ଜିଲ୍ଲାକୁ ୧୯୪ଟି ଆଦର୍ଶ ଡ଼ିଗ୍ରୀ କଲେଜକୁ ମଞ୍ଜୁରୀ ଦିଆଯାଇଥିବା ବେଳେ ଓଡ଼ିଶାରେ ୧୪ଟି ଆଦର୍ଶ ଡିଗ୍ରୀ କଲେଜ୍‍ ସ୍ଥାପନ ପାଇଁ ଅନୁମୋଦନ ଦିଆଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories