www.samajalive.in
Sunday, December 7, 2025
14.1 C
Bhubaneswar

ବୌଦ୍ଧରେ ଗଜାମରୁଡି ଆଶଙ୍କା

ହରଭଙ୍ଗା: ମୌସୁମୀର ଲୁଚକାଳି ଖେଳରେ ବର୍ଷା ଆଗମନ ପରେ ବର୍ତମାନ ବର୍ଷା ବୌଦ୍ଧ ଜିଲ୍ଲାରେ ଏକପ୍ରକାର ଉଭାନ ହୋଇଯାଇଥିବା ଦେଖିବାକୁ ମିଳିଛି। ଜିଲ୍ଲାର ବର୍ଷା ଅନୁପାତ ରେକର୍ଡକୁ ଅନୁଧ୍ୟାନ କଲେ ଚଳିତବର୍ଷ ଜୁନ ମାସରେ ଶତକଡା ୪୬.୬୬% ପ୍ରତିଶତ କମ୍ ବର୍ଷା ହୋଇଥିବା ରେକର୍ଡରୁ ଜଣାପଡିଛି। ଚଳିତବର୍ଷ ବର୍ଷା ପ୍ରାରମ୍ଭରୁ ଆବଶ୍ୟକୀୟ ପରିମାଣଠାରୁ ଢେର ପରିମାଣରେ କମ୍ ବର୍ଷାଯୋଗୁଁ ଖାଲୁଆ ଜମି ଏବଂ ଜଳସେଚିତ ଜମିରେ ଧାନଗଛ ଦେଖିବାକୁ ମିଳୁନାହିଁ।ପ୍ରକାଶ ଯେ ଜିଲ୍ଲାର ୮୦ପ୍ରତିଶ୍ରତ ଲୋକେ କୃଷି ଉପରେ ନିର୍ଭର କରିଥାନ୍ତି।

ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଏବଂ କଂଟାମାଳ ଭଳି ତିନୋଟି ବ୍ଲକରେ ଧାନ ଚାଷ ପାଇଁ ୫୮ହଜାର ୩୫୦ହେକ୍ଟର ଚାଷଜମି ରହିଛି। ସେଥିରୁ ୪୨ହଜାର୪୮୨.୪୭ହେକ୍ଟର ଜମିରେ ଜଳସେଚିତ ସୁବିଧା ରହିଛି। ସେହିପରି ଜିଲ୍ଲାର ଅର୍ଥନୀତି ଧାନଚାଷ ଉପରେ ନିର୍ଭର କରୁଥିବା କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ। ଜିଲ୍ଲାରେ ଧାନଚାଷ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଜମି ରହିଛି। ଏହାସତ୍ୱେ ଚଳିତବର୍ଷ ଚାଷ ପ୍ରାରମ୍ଭରୁ ବର୍ଷାର ଲୁଚକାଳି ଖେଳ ଚାଷକୁ ବହୁମାତ୍ରାରେ ପ୍ରଭାବିତ କରିଛି। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜିଲ୍ଲାର ଚାଷୀ ଧାନ ଚାଷ ପାଇଁ ତଳିପକା ସାଙ୍ଗକୁ ଅଧିକାଂଶ ଜମିରେ ଧାନବୁଣା ସରିଛି। କିନ୍ତୁ ବର୍ଷା ପାଇଁ ତଳିଘାରି ଫାଟି ଆଁ କଲାଣି।ଅନ୍ୟପଟେ ବୁଣାଧାନ ଗଜା ହୋଇନପାରି ପୋଡିଗଲାଣି। ଏଭଳି ପରିସ୍ଥିତିରେ ବର୍ଷାର ଏଭଳି ଲୁଚକାଳି ଖେଳ ଯୋଗୁଁ ଚାଷ ସଂପୂର୍ଣ୍ଣ ପ୍ରଭାବିତ ହୋଇ ଏକପ୍ରକାର ଗଜାମରୁଡି ଆଡକୁ ମୁହାଁଇଲାଣି । ବର୍ଷା ଅନୁପାତ କମ୍ଯୋଗୁଁ ବାହଲଜମିରେ ଗାଈଗୋରୁ ଚରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଯଦି ଆଗକୁ ସଠିକ ପରିମାଣରେ ବର୍ଷାନହୁଏ ତାହାହେଲେ ଚାଷ ସଂପୂର୍ଣ୍ଣ ଉଜୁଡିଯିବ ବୋଲି ଚାଷି ବିଶିକେଶନ ପ୍ରଧାନ,ବିଶ୍ୱାମିତ୍ର ଦନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି।

- Advertisement -

ସୂଚନା ଅନୁସାରେ ଜୁନମାସରେ ୨୩୩.୮୦ ପ୍ରତିଶ୍ରତ ବର୍ଷା ହେବା ବଦଳରେ ୧୨୪.୭୦ ପ୍ରତିଶ୍ରତ ଯାହାକି ୪୬.୬୬ ପ୍ରତିଶ୍ରତ କମ୍ ବର୍ଷା ହୋଇଛି। ସେହିପରି ଜୁଲାଇରେ ୪୧୮.୫୦ ପ୍ରତିଶ୍ରତ ହେବା ବଦଳରେ ୧୮ତାରିଖ ସୁଦ୍ଧା ୧୦୦.୯୩ ପ୍ରତିଶ୍ରତ ଯାହାକି ୭୫.୮୮ ପ୍ରତିଶ୍ରତ କମ୍ ବର୍ଷା ହୋଇଥିବା ରେକର୍ଡରୁ ଜଣାପଡିଛି।

 

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories