www.samajalive.in
Monday, December 15, 2025
16.1 C
Bhubaneswar

ପରିତ୍ୟକ୍ତ ଅବସ୍ଥାରେ ପଥପ୍ରାନ୍ତ ଯାତ୍ରୀ ବିଶ୍ରାମ ଗୃହ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଳକ୍‍ ସୀମାନ୍ତରେ ହୀରାକୁଦ ଜଳ ଭଣ୍ଡାର ଉପରେ ନିର୍ମିତ ସପନେ ସେତୁ ପାର୍ଶ୍ବରେ ସପନେ ଡଙ୍ଗାଘାଟ ପାଖରେ ପୂର୍ତ୍ତ ବିଭାଗ ପକ୍ଷରୁ ଦୀର୍ଘ ବର୍ଷ ହେଲା ଲକ୍ଷାଧିକ ଟଙ୍କାରେ ଯାତ୍ରୀମାନଙ୍କ ସୁବିଧା ପାଇଁ ଅତି ସୁନ୍ଦର ଭବ୍ୟ ପଥପ୍ରାନ୍ତ ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ କରଯାଇଛି। କିନ୍ତୁ ବିଡମ୍ବନାର ବିଷୟ ଯେ ଏହି ବିଶ୍ରାମ ଗୃହ ନିର୍ମାଣ କାମ ବହୁ ବର୍ଷ ହେଲା ସମ୍ପୂର୍ଣ ହୋଇ ସାରିଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ କରାଯାଉ ନଥିବାରୁ ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି ପରିତ୍ୟକ୍ତ ଅବସ୍ଥାରେ ପଡି ରହି ଖତ ଖାଉଛି ଏବଂ ମଦ୍ୟପ ତଥା ଅସାମାଜିକ ତତ୍ତ୍ୱମାନଙ୍କର ନିରାପଦ ଆଡ୍ଡା ସ୍ଥଳି ପାଲଟିଛି। କୋଠା ପରିସରରେ ଏଣେ ତେଣେ ପଡିଥିବା ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ବୋତଲ ଏଠାରେ ମଦୁଆମାନଙ୍କର ଆଡ୍ଡା ଜମୁ ଥିବାର ପ୍ରମାଣ ଦେଉଛି।

ଦୀର୍ଘ ବର୍ଷ ହେଲେ ଅବ୍ୟବହୃତ ଏବଂ ପରିତ୍ୟକ୍ତ ଅବସ୍ଥାରେ ପଡି ରହିବା ଫଳରେ ଝରକା, କବାଟ ଏବଂ ଭିତରେ ଥିବା ଆସବାବପତ୍ର ନଷ୍ଟ ହେବା ଆରମ୍ଭ ହୋଇଗଲାଣି। ଏହି ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ବିଶ୍ରାମ ତଥା ସେମାନଙ୍କ ପାଇଁ ଖାଦ୍ୟପେୟ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବାକୁ ସରକାର ପଥପ୍ରାନ୍ତ ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ କରାଇଛନ୍ତି। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ଯୋଗୁଁ ସରକାରଙ୍କ ଯୋଜନା ବାଟବଣା ହୋଇ ଜନ କଲ୍ୟାଣ ପାଇଁ ନିର୍ମିତ କୋଠା ପରିତ୍ୟକ୍ତ ଅବସ୍ଥାରେ ପଡିଛି। ଏହା କାହିଁକି କାର୍ଯ୍ୟକ୍ଷମ କରାଯାଉ ନାହିଁ ବୋଲି ଜନସାଧାରଣରେ ପ୍ରଶ୍ନ ହେଉଛି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories