www.samajalive.in
Monday, December 15, 2025
24.1 C
Bhubaneswar

ଉତ୍ତରାଖଣ୍ଡରେ ରାଜନୈତିକ ସଙ୍କଟ, ୧୧୫ ଦିନର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତୀରଥ ସିଂହ ରାବତ

ଉତ୍ତରାଖଣ୍ଡରେ ସାମ୍ବିଧାନିକ ସଙ୍କଟ ଭଳି ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଶୁକ୍ରବାର ରାତିରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତୀରଥ ସିଂହ ରାବତ। ଗତ ମାର୍ଚ୍ଚ ୧୪ରେ ସାଂସଦ ପଦରୁ ଇସ୍ତଫା ଦେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମାତ୍ର ୧୧୫ ଦିନ ହୋଇଥିବା ବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଛି। ରାତି ୧୧ଟା ୩୦ ମିନିଟ ସମୟରେ ଶ୍ରୀ ରାବତ ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣୀ ମୋୖର୍ଯ୍ୟଙ୍କୁ ସାକ୍ଷାତ କରି ଇସ୍ତଫା ପ୍ରଦାନ କରିଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ବିଧାୟକ ନ ଥାଇ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ପଦବୀ ଗ୍ରହଣ କରିଥିଲେ, ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବା ଆବଶ୍ୟକ।

ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ଥିବା ତୀରଥ ସିଂହ ରାବତ ୬ ମାସ ଅର୍ଥାତ ସେପ୍ଟେମ୍ବର ୧୦ ସୁଦ୍ଧା ବିଧାନସଭାକୁ ନିର୍ବାଚିତ ହେବାର ଥିଲା କିନ୍ତୁ କରୋନା ସଂକ୍ରମଣ ଯୋଗୁ ରାଜ୍ୟରେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଉପନିର୍ବାଚନ ହେବା ସମ୍ଭାବନା ନ ଥିବାରୁ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ପଡିଛି। ସୂଚନା ଅନୁଯାୟୀ, ଗତ ୨ ଦିନ ହେବ ଶ୍ରୀ ତୀରଥ ଦିଲ୍ଲୀରେ ଥିଲେ ଓ ବିଭିନ୍ନ ଦଳୀୟ ନେତାଙ୍କ ସହ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ। ବିଜେପି କେନ୍ଦ୍ରୀୟ କମିଟି ପକ୍ଷରୁ ତାଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ମିଳିବା ପରେ ସେ ସିଧା ଉତ୍ତରାଖଣ୍ଡରେ ପହଂଚିବା ପରେ ରାଜ୍ୟପାଳଙ୍କ ନିକଟକୁ ଯାଇ ଇସ୍ତଫା ପ୍ରଦାନ କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ କାମଚଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ରାଜ୍ୟପାଳ କହିଥିବା ଜଣାପଡିଛି। ଏବେ ବିଧାୟକ ଦଳ ନେତା ନିର୍ବାଚନ ପାଇଁ ଆସନ୍ତାକାଲି ଅପରାହ୍ନରେ ବୈଠକ ବସିବାକୁ ଥିବାବେଳେ ସେଥିରେ ରାଜ୍ୟର ସମସ୍ତ ବିଜେପି ସାଂସଦ ଓ ବିଧାୟକ ଦେବେ ବୋଲି ସୂଚନା ମିଳିଛି।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories