www.samajalive.in
Sunday, December 14, 2025
19.1 C
Bhubaneswar

ଜାଣନ୍ତୁ, ଘରର ମୁଖ୍ୟଦ୍ୱାରରେ ସିନ୍ଦୁର ଲଗାଇବାର କାରଣ

ଆପଣମାନେ ଦେଖିଥିବେ କିଛି ବ୍ୟକ୍ତି ନିଜ ଘରର କବାଟରେ ସୋରିଷ ତେଲ ଓ ସିନ୍ଦୁରର ଟୀକା ଲଗାଇ ରଖିଥାନ୍ତି। ପ୍ରାୟତଃ ଦୀପାବଳୀରେ ଘରର ମୁଖ୍ୟଦ୍ୱାର ନିକଟରେ ତେଲ ଓ ସିନ୍ଦୁର ଲଗାଇଥାନ୍ତି। ଏପରି କରିବା ପଛରେ ଅନେକ କାରଣ ରହିଛି।
ବାସ୍ତୁଶାସ୍ତ୍ର ଅନୁସାରେ ମୁଖ୍ୟ କବାଟରେ ତେଲ ଓ ସିନ୍ଦୁର ଲଗାଇବା ଦ୍ୱାରା ନକାରାତ୍ମକ ଶକ୍ତି ଗୃହ ମଧ୍ୟକୁ ପ୍ରବେଶ କରି ପାରେନାହିଁ। ଏହାଦ୍ୱାରା ଘରେ ଥିବା ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଯାଇଥାଏ।ମୁଖ୍ୟ କବାଟରେ ସିନ୍ଦୁର ଲଗାଇବା ଦ୍ୱାରା ମାଆ ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ସୋରିଷ ତେଲ କବାଟରେ ଲଗାଇବା ଦ୍ୱାରା ଶନିଙ୍କ କୋପରୁ ରକ୍ଷା ମିଳିଥାଏ। ଏହା ସହ ଖରାପ ଦୃଷ୍ଟିରୁ ମଧ୍ୟ ରକ୍ଷା ପାଇଥାନ୍ତି।ବୈଜ୍ଞାନିକଙ୍କ କହିବା ଅନୁଯାୟୀ, କବାଟରେ ତେଲ ଲଗାଇବା ଦ୍ୱାରା ତାହା ଅଧିକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିଥାଏ। ତେଣୁ କବାଟରେ ତେଲ ଓ ସିନ୍ଦୁର ଲଗାଇବାର ପରମ୍ପରା ରହିଛି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories