www.samajalive.in
Monday, December 15, 2025
24.1 C
Bhubaneswar

ଓଡ଼ିଶାର ୩ଟି ଜିଲା ସହ ଦେଶର ମୋଟ ୭୦ଟି ଜିଲାରେ ହେବ ସେରୋ ସର୍ଭେ

ଭୁବନେଶ୍ବର: କରୋନା ସଂକ୍ରମଣ କେତେ ମାତ୍ରାରେ ବ୍ୟାପିଛି ଏବଂ କେତେ ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ତାହା ଜାଣିବା ପାଇଁ ସେରୋ ସର୍ଭେ କରାଯିବ। ଓଡ଼ିଶାର ୩ଟି ଜିଲା ସହ ଦେଶର ମୋଟ ୭୦ଟି ଜିଲାରେ ସେରୋ ସର୍ଭେ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି। ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲାରେ ସେରୋ ସର୍ଭେ କରାଯିବ ବୋଲି ଆରଏମ୍‌ଆରସି ନିର୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି।
ଆରଏମ୍‌ଆରସି ନିର୍ଦେଶିକା ସଂଘମିତ୍ରା ପତି କହିଛନ୍ତି ଯେ ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେରେ ୬ ବର୍ଷରୁ ଅଧିକ ବୟସ୍କ ପିଲାଙ୍କୁ ସାମିଲ କରାଯିବ। ଏହି ସର୍ଭେ ଦେଶର ୭୦ଟି ଜିଲାରେ ହେବ। ଏଥିରେ ଓଡ଼ିଶାର ୩ଟି ଜିଲା ରହିଛି। ଆସନ୍ତା ୧୬ କିମ୍ବା ୧୭ ତାରିଖରୁ ଆରମ୍ଭ ହେବ ନ୍ୟାସନାଲ୍‌ ସେରୋ ସର୍ଭେ। ଦେଶର ଯେଉଁ ୭୦ଟି ଜିଲାରେ ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ହୋଇଥିଲା, ଏଥର ଚତୁର୍ଥ ରାଉଣ୍ଡରେ ମଧ୍ୟ ସେହି ୭୦ଟି ଜିଲାରେ ସେରୋ ସର୍ଭେ କରାଯିବ।

 

- Advertisement -

ଏଥିରେ ଓଡ଼ିଶାର ୩ଟି ଜିଲା ସାମିଲ ହୋଇଛି। ସେଗୁଡ଼ିକ ହେଲା ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ। ପୂର୍ବରୁ ହୋଇଥିବା ସେରୋ ସର୍ଭେରେ ଏହି ୩ଟି ଜିଲା ସାମିଲ ହୋଇଥିଲା। ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ ପାଇଁ ଡିଜି ଆଇସିଏମ୍‌ଆର ସ୍ୱୀକୃତି ଦେଇସାରିଛନ୍ତି। ଏଥିପାଇଁ ଆରଏମ୍‌ଆରସି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ପ୍ରତି ଜିଲାକୁ ୧୦ଟି ଲେଖାଏଁ କ୍ଲଷ୍ଟର କରାଯାଇ ସେରୋ ସର୍ଭେ କରାଯିବ। ଆସନ୍ତା ୨୨ ତାରିଖରୁ ୨୪ ତାରିଖ ଭିତରେ ସର୍ଭେ ସାରିବାକୁ ଟାର୍ଗେଟ ରହିଛି। ରାଜ୍ୟ ସରକାରଙ୍କ ସହଯୋଗରେ ଏହି ନ୍ୟାସନାଲ ସେରୋ ସର୍ଭେ କରାଯିବ ବୋଲି ଆରଏମ୍‌ଆରସି ନିର୍ଦେଶିକା ସଂଘମିତ୍ରା ପତି ପ୍ରକାଶ କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories