www.samajalive.in
Sunday, December 7, 2025
18.1 C
Bhubaneswar

ମଞ୍ଜାରୀପଦା ଗାଁକୁ ଛୁଇଁପାରିନି କରୋନା

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ ୩୪ଟି ପଞ୍ଚାୟତ ଅଧିନ ପ୍ରାୟ ସମସ୍ତ ଗ୍ରାମରେ ଜଣେ ହେଉ ବା ତତୋଧିକ କରୋନା ଆକ୍ରାନ୍ତ ବାହାରିଥିବାବେଳେ ମହାକାଳବସ୍ତ ପଞ୍ଚାୟତ ଅନ୍ତର୍ଗତ ମଞ୍ଜାରୀପଦା ଗ୍ରାମକୁ ଛୁଇଁପାରିନାହିଁ କରୋନା ସଂକ୍ରମଣ। ଗତବର୍ଷ ପ୍ରଥମ ପର୍ଯ୍ୟାୟ ହେଉ ଅବା ଏବେ ୨ୟ ପର୍ଯ୍ୟାୟରେ ମଧ୍ୟ ଉକ୍ତ ଗ୍ରାମରେ ଜଣେ ହେଲେ କରୋନାରେ ସଂକ୍ରମିତ ହୋଇନଥିବା ଏକ ଉଲ୍ଲେଖ ଯୋଗ୍ୟ ଘଟଣା। ପ୍ରାୟ ୬୦୦ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ଉକ୍ତ ଗ୍ରାମର ସମସ୍ତ ଅଧିବାସୀ ଗ୍ରାମକୁ କିପରି କରୋନା ସଂକ୍ରମଣ ନପଶିବ ସେଥିଲାଗି ବ୍ୟାପକ ସଚେତନତା ଓ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। କରୋନା ସଂକ୍ରମଣ ରୋକିବା ଲାଗି ଗ୍ରାମର ଲୋକମାନେ ରାଜ୍ୟସରକାରଙ୍କ ଦ୍ୱାରା ଜାରି ସମସ୍ତ ନିର୍ଦ୍ଦେଶାନାମାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ। ଗ୍ରାମକୁ କେହି ବାହାର ଲୋକ ଯେପରି ନଆସିବେ, ଗ୍ରାମରୁ ବାହାରକୁ ଯାଉଥିବା ଲୋକ ଯେପରି ମାସ୍କ ପରିଧାନ କରିବେ ଓ ଫେରିବା ପରେ ହାତ ବିଶୋଧନ କରିବେ ସେ ଦିଗରେ ଗ୍ରାମବାସୀ ବେଶ ସଚେତନତା ସୃଷ୍ଟି କରିଛନ୍ତି। ଗ୍ରାମର ୪ଟି ପ୍ରବେଶପଥରେ ନିୟମିତ ବିଶୋଧନ କରିବା ସହ ଗ୍ରାମ ମଧ୍ୟରେ ଏକତ୍ରିତ ହୋଇ କୌଣସି କାର୍ଯ୍ୟକ୍ରମ ଆୟୋଜନକୁ ମଧ୍ୟ ବାରଣ କରିଥାନ୍ତି ବୋଲି ଗ୍ରାମର ପ୍ରତାପ ବେଉରା, ଲକ୍ଷ୍ମୀଧର ବେଉରା, ସ୍ମୃତିରଞ୍ଜନ ସାହୁ, ଦୀପକ ସାହୁ, ନିହାର ରଞ୍ଜନ ସାହୁ, ଶ୍ରୀକାନ୍ତ ବାଘ, ବିନୋଦ ବେଉରା ପ୍ରମୁଖ ପ୍ରକାଶ କରିଛନ୍ତି। ଏହିପରି ସଚେତନତା ଓ ସତର୍କତାମୂଳକ ପଦକ୍ଷେପ ଦ୍ୱାରା ସଂକ୍ରମଣ ପଶିନଥିବା ମଞ୍ଜାରୀପଦା ଗ୍ରାମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories