ଭୁବନେଶ୍ୱର : କୋଭିଡର ଦ୍ୱିତୀୟ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି। ଜୀବନ ଜୀବିକା ଉପରେ ଏହାର ସର୍ବାଧିକ ପ୍ରଭାବ ପଡ଼ିଛି। ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକଡାଉନ ଯୋଗୁ ସହରାଞ୍ଚଳର ଉଠାଦୋକାନୀ ଙ୍କ ମାନେ ଆର୍ôଥକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସହରାଞ୍ଚଳର ଉଠାଦୋକାନୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଛନ୍ତି। ଏହାଦ୍ବାରା ରାଜ୍ୟର ୮୭ ହଜାର ୬୫୭ ପଂଜିକୃତ ଉଠାଦୋକାନୀ ଉପକୃତ ହେବେ।
Popular Categories



