www.samajalive.in
Sunday, December 7, 2025
26.1 C
Bhubaneswar

ଆତଙ୍କବାଦକୁ ପ୍ରୋତ୍ସାହନ ପ୍ରସଙ୍ଗ: ପାକିସ୍ତାନ ରହିଲା ‘ବର୍ଦ୍ଧିତ ପରବର୍ତ୍ତୀ ପଦକ୍ଷେପ’ ତାଲିକାରେ

ଇସଲାମାବାଦ: କଳାଟଙ୍କା କାରବାର ଉପରେ ଗଠିତ ଏସୀୟ ପ୍ରଶାନ୍ତ ମହାସାଗରୀୟ ଗୋଷ୍ଠୀ ପାକିସ୍ତାନକୁ ‘ବର୍ଦ୍ଧିତ ପରବର୍ତ୍ତୀ ପଦକ୍ଷେପ’ ତାଲିକାରେ ରଖିଛନ୍ତି। ଏହାଦ୍ୱାରା କଳାଟଙ୍କା କାରବାରକୁ ରୋକିବା ଏବଂ ଆତଙ୍କବାଦକୁ ପାଣ୍ଠି ଯୋଗାଣ ପଦକ୍ଷେପ ମୁକାବିଲା ଦିଗରେ ପାକିସ୍ତାନ ନିଜ ପ୍ରୟାସରେ କିଭଳି ଅଗ୍ରଗତି କରୁଛି ତାହା ଏହି ଗୋଷ୍ଠୀକୁ ଅବଗତ କରାଇ ଚାଲିବ ବୋଲି ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାଯାଇଛି।
ସୂଚନାଯୋଗ୍ୟ ଯେ ୨୦୧୮ ଜୁନ୍‍ ମାସରେ ପ୍ୟାରିସସ୍ଥିତ ଆର୍ଥିକ କାର୍ଯ୍ୟାନ୍ୱୟନ ଦାୟିତ୍ୱ ନିର୍ବାହ ଗୋଷ୍ଠୀ (ଏଫଏଟିଏଫ) ଦ୍ୱାରା ପାକିସ୍ତାନକୁ ଧୂସର ତାଲିକାରେ ରଖାଯାଇଥିଲା ଏବଂ ପାକିସ୍ତାନ ସେଥିରୁ ଉପରକୁ ଉଠିବାକୁ ପ୍ରୟାସ କରୁଛି। ଏସୀୟ ପ୍ରଶାନ୍ତ ମହାସାଗରୀୟ ଗୋଷ୍ଠୀ (ଏପିଜି) ହେଉଛି ଏଫଏଟିଏଫର ଏକ ଆଞ୍ଚଳିକ ସହବନ୍ଧିତ ଗୋଷ୍ଠୀ। କଳାଟଙ୍କା କାରବାର ଏବଂ ଆତଙ୍କବାଦକୁ ପାଣ୍ଠି ଯୋଗାଣ ପ୍ରସଙ୍ଗ ଉପରେ ପାକିସ୍ତାନକୁ ନେଇ କରାଯାଇଥିବା ଦ୍ୱିତୀୟ ମୂଲ୍ୟାୟନ ରିପୋର୍ଟରେ ଏପିଜି ଉକ୍ତ ରାଷ୍ଟ୍ରକୁ ତଳ ସ୍ଥାନକୁ ଖସାଇଛି। ଏହା କହିଛି ଯେ ପାକିସ୍ତାନକୁ ପାଞ୍ଚଟି ଦିଗରୁ ପୁନଃ ଅନୁପାଳନ କରିବା ମାନ୍ୟତା ପ୍ରଦାନ କରାଯାଇଛି। ତେବେ ଡନ୍‍ ଖବରକାଗଜରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନ ସଂପ୍ରତି ସାତଟି ବିଷୟକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରୁଛି ଏବଂ ଅନ୍ୟ ୨୪ଟି ବିଷୟକୁ ଅଧିକାଂଶ ଭାବରେ ପାଳନ କରୁଛି। ସାତଟି ବିଷୟକୁ ଏହା ଆଂଶିକ ପାଳନ କରୁଥିବାବେଳେ ମୋଟ ୪୦ଟି ମଧ୍ୟରୁ ଦୁଇଟି ସର୍ତ୍ତ ଏଯାଏ ପାଳନ କରିନାହିଁ। ଏହି ସମସ୍ତ ବିଷୟ ଉପରେ ପାକିସ୍ତାନ ପରବର୍ତ୍ତୀ କି ପଦକ୍ଷେପ ନେଇଛି ସେ ସମ୍ପର୍କରେ ୨୦୨୧ ଫେବ୍ରୁଆରୀରେ ତୃତୀୟ ରିପୋର୍ଟ ଦାଖଲ କରିଛି, ଯାହା ଏପର୍ଯ୍ୟନ୍ତ ମୂଲ୍ୟାୟନ କରାଯାଇନାହିଁ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories