www.samajalive.in
Friday, December 5, 2025
26.1 C
Bhubaneswar

ହସିନାଙ୍କ ଇସ୍ତଫା ପରେ ପ୍ରଥମ ପ୍ରତିକ୍ରିୟା ଦେଲା ପାକିସ୍ତାନ

ସମାଜ ଡିଜିଟାଲ​‌ ଡେସ୍କ: ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନା ଇସ୍ତଫା ଦେଇ ଦେଶଛାଡ଼ି ପଳାୟନ କରିବା ପରେ ପ୍ରଥମ ଥର ଲାଗି ମୁହଁ ଖୋଲିଛି ପାକିସ୍ତାନ। ବାଂଲାଦେଶ ଜନତାଙ୍କ ସହିତ ପାକିସ୍ତାନ ସରକାର ଏବଂ ଜନତା ଏକଜୁଟ ହୋଇ ଛିଡ଼ା ହୋଇଛନ୍ତି ବୋଲି କହିଛି ପାକ୍‌ ବିଦେଶ ମନ୍ତ୍ରଣାଳୟ। ମନ୍ତ୍ରଣାଳୟ କହିଛି ଯେ, ରାଜନୈତିକ ପରିବର୍ତ୍ତନ ପରେ ଦେଶରେ ଲାଗିରହିଥିବା ଅସ୍ଥିରତା ଦୂର ହୋଇ ଖୁବଶୀଘ୍ର ଶାନ୍ତିପୂର୍ଣ୍ଣ ଏବଂ ସାଧାରଣ ଅବସ୍ଥାକୁ ଫେରିବା ନେଇ ଆଶା ରହିଛି। ବାଂଲାଦେଶ ଲୋକଙ୍କ ଦୃଢ଼ ଭାବନା ଏବଂ ଏକତା ସେମାନଙ୍କୁ ଏକ ସାମଞ୍ଜସ୍ୟପୂର୍ଣ୍ଣ ଭବିଷ୍ୟତ ଆଡକୁ ନେଇଯିବ​ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ୧୯୭୧ରେ ବାଂଲାଦେଶ ପାକିସ୍ତାନଠାରୁ ଅଲକା ହୋଇ ସ୍ଵାଧୀନତା ପାଇଥିଲା। ଶେଖ ହସିନାଙ୍କ ପିତା ଶେଖ ମୁଜିବୁର ରହମନ ଭାରତ ସହାୟତାରେ ବାଂଲାଦେଶ ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। କିନ୍ତୁ ନିକଟରେ ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଦେଶର ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରି ସଂରକ୍ଷଣ ବ୍ୟବସ୍ଥାକୁ ହ୍ରାସ କରିଥିଲେ। ଫଳରେ ଆନ୍ଦୋଳନ ବନ୍ଦ ହୋଇଯାଇଥିଲା। କିନ୍ତୁ ବିରୋଧୀ ରାଜନୈତିକ ଦଳଗୁଡ଼ିକ ଏହାର ଫାଇଦା ଉଠାଇ ପୁନର୍ବାର ସଂରକ୍ଷଣ ବିରୋଧୀ ଆନ୍ଦୋଳନ କରି ହିଂସାକାଣ୍ଡ ଘଟାଇଥିଲେ। ଏହାର ସୁଯୋଗ ନେଇ ବାଂଲାଦେଶ ସେନା ଶେଖ୍‌ ହସିନାଙ୍କୁ କ୍ଷମତାଚ୍ୟୁତ କରିବାରେ ସମର୍ଥ ହୋଇଥିଲା। ଏହି ସମ୍ପୂର୍ଣ୍ଣ ଘଟଣା ପଛରେ ପାକିସ୍ତାନ ଏବଂ ଚୀନର ହାତ ଥିବା କୁହାଯାଉଛି।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories