www.samajalive.in
Sunday, December 7, 2025
14.1 C
Bhubaneswar

ଜାଡ଼େଜାଙ୍କୁ ବାହାରେ ଅଭ୍ୟାସ ପାଇଁ ଅନୁମତି

ସାଉଥାମ୍ପ୍‍ଟନ: ଜୁନ୍‍ ୧୮ରୁ ୨୨ ପର୍ଯ୍ୟନ୍ତ ଏଠାକାର ଏଜିଏସ୍‍ ବୌଲ ଷ୍ଟାଡିୟମ୍‍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ବିଶ୍ୱ ଟେଷ୍ଟ ଚମ୍ପିଆନ୍‍ସିପର ଫାଇନାଲ ଖେଳିବ। ଏହି ଫାଇନାଲ ପୂର୍ବରୁ ପ୍ରଥମ ଭାରତୀୟ କ୍ରିକେଟର ଭାବେ ଷ୍ଟାଡିୟମ୍‍ରେ ଅଭ୍ୟାସର ଅନୁମତି ପାଇଛନ୍ତି ବାମହାତି ଅଲ୍‍ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା। ରବିବାର ସକାଳେ ଜାଡ଼େଜା ଅଭ୍ୟାସ ପାଇଁ ଓହ୍ଲାଇଥିବା ବେଳେ ସାମାଜିକ ଗଣମାଧ୍ୟମରେ ସେ ନିଜେ ଏହାର ଏକାଧିକ ଫଟୋ ଛାଡ଼ିଛନ୍ତି। ଜାଡ଼େଜା ଏଜିଏସ୍‍ ବୌଲ ଷ୍ଟାଡିୟମ୍‍ରେ ବୋଲିଂ ଅଭ୍ୟାସ କରିଥିବା ବେଳେ କେହି ତାଙ୍କର ସହାୟତା କରିବା ଫଟୋରୁ ଜଣା ପଡ଼ୁନାହିଁ। ଭାରତୀୟ କ୍ରିକେଟ୍‍ ଦଳର ଅନ୍ୟ ଖେଳାଳିମାନେ ଷ୍ଟାଡିୟମ୍‍ ପରିସରରେ ଥିବା ହୋଟେଲରେ ସଂଗରୋଧରେ ରହିଛନ୍ତି।

ସୋମବାର ଅନ୍ୟ ଖେଳାଳିମାନଙ୍କୁ ଅଭ୍ୟାସର ଅନୁମତି ମିଳିପାରେ ବୋଲି ଶୁଣିବାକୁ ମିଳୁଥିଲେ ହେଁ ଏଥିରେ ପୂର୍ଣ୍ଣ ସତ୍ୟତା ନାହିଁ। ସଂଗରୋଧର ସମୟ ଓ ଖେଳାଳିଙ୍କ ଆର୍‍ଟି-ପିସିଆର୍‍ ପରୀକ୍ଷାର ଫଳାଫଳ ଅନୁସାରେ ଖେଳାଳିଙ୍କୁ ପାଳିକରି ବାହାରେ ଅଭ୍ୟାସର ଅନୁମତି ଦିଆଯିବ ବୋଲି ଜାଣିବାକୁ ମିଳିଛି। ତେବେ ସଂଗରୋଧରେ ଥିବା ଭାରତୀୟ କ୍ରିକେଟରଙ୍କ ପାଇଁ ହୋଟେଲ୍‍ରେ ଜିମ୍ନାସିୟମ୍‍ ବା ବ୍ୟାୟାମଶାଳାର ବ୍ୟବସ୍ଥା କରାଯାଇଛି। ଭାରତୀୟ ଦଳ ଜୁନ୍‍ ୩ରେ ଏଠାରେ ପହଞ୍ଚିଥିଲା। ଇଂଲଣ୍ଡ ଆସିବା ପୂର୍ବରୁ ଭାରତୀୟ ଖେଳାଳି ମୁମ୍ବଇରେ ୧୪ ଦିନ ସଂଗରୋଧରେ ରହିଥିଲେ। ସେଠାରେ ଭାରତୀୟ କ୍ରିକେଟରଙ୍କର ଏକାଧିକ ଥର ଆର୍‍ଟି-ପିସିଆର୍‍ ପରୀକ୍ଷା କରା ଯାଇଥିଲା।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories