www.samajalive.in
Sunday, December 7, 2025
26.1 C
Bhubaneswar

ହରଭଙ୍ଗା ନୋଡାଲ ହାଇସ୍କୁଲରେ ୫ଟି ନବୀକରଣ କାର୍ଯ୍ୟ ଶୁଭାରମ୍ଭ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ନୋଡାଲ ହାଇସ୍କୁଲରେ ରବିବାର ୫ଟି ନବୀକରଣ କାର୍ଯ୍ୟ ଶୁଭାରମ୍ଭ ପାଇଁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଦ୍ୱାରା ଭୂମିପୂଜନ କାର୍ଯ୍ୟ ସଂପାଦିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ ସହିତ ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ ମେହେର, ବୌଦ୍ଧ ପି.ଡି ବବିତାରାଣୀ ଦଳବେହେରା, ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା, ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ ଗଡନାୟକ, ପ୍ରଧାନ ଶିକ୍ଷକ ମୁରଲିଧରଣ ରଣା, ବିଧାୟକ ପ୍ରତିନିଧି ସୁବୋଧ କୁମାର ପ୍ରଧାନ, ସ୍ଥାନୀୟ ସଂରପଚ ସୁମଞି ଲାଲ, ସ୍କୁଲ ସଭାପତି ନିର୍ମଳ ଗୁପ୍ତା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲବ କିଶୋର ପଲ୍ଲିଆ, ଆଲୁମିନି କମିଟିର ସମସ୍ତ ସଦସ୍ୟ ଏବଂ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତି ଥିଲେ।

 

- Advertisement -

ସୂଚନା ଥାଉ କି, ଗତ ୩୦ ମାର୍ଚ୍ଚରେ ହରଭଙ୍ଗା ନୋଡାଲ ହାଇସ୍କୁଲ ଭଲି ୫୬ବର୍ଷର ଏକ ପୂରୁଣା ଶିକ୍ଷାନୁଷ୍ଠାନକୁ ୫ଟିରେ ସାମିଲ କରାଯାଇଥିଲା। ଆର୍କୀଟେକ ପ୍ଲାନରେ ସ୍କୁଲର ରୂପରେଖ ବଦଳିବା ସହିତ ଏକ ମଡେଲ ସ୍କୁଲ ନିର୍ମାଣ କରାଯିବ। ବେସରକାରୀ ସ୍କୁଲ ଭଳି ଏହି ସ୍କୁଲରେ ପିଲାଙ୍କ ପାଠପଢା ପାଇଁ ଖେଳପଡିଆ, ପାଠାଗାର, ଲ୍ୟାବ୍, ଛାତ୍ରାବାସ, ଯୋଗ କେନ୍ଦ୍ର ଭଳି ସବୁ ପ୍ରକାର ଆନୁସାଙ୍ଗିକ ସୁବିଧା ତିଆରି କରାଯିବା। ହରଭଙ୍ଗା ନୋଡାଲ ହାଇସ୍କୁଲ ଭଲି ଏକ ପୂରାତନ ଶିକ୍ଷାନୁଷ୍ଠାନ ଠିକ୍ ଦୁଇ ମାସ ତଳେ ସରକାରଙ୍କ ୫ଟିରେ ସାମିଲ ପରେ ତାର ନବୀକରଣ କାର୍ଯ୍ୟ ଶୁଭାରମ୍ଭ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ଭୂମିପୂଜା କାର୍ଯ୍ୟ ସଂପାଦିତ ଅଂଚଳବାସୀଙ୍କ ପାଇଁ ଆଉ ଏକ ଗୌରବର ବିଷୟ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories