୧୫ ଅଭାବୀ ରାଜ୍ୟକୁ ଓଡିଶା ପଠାଇଲାଣି ୧୨୪୩ ଟ୍ୟାଙ୍କର ଅମ୍ଳଜାନ

ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୧୨୪୩ଟି ଟ୍ୟାଙ୍କର୍‍ ଯୋଗେ ୨୨୮୩୬.୮୫୫ ଟନ୍‍ରୁ ଅଧିକ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତରପ୍ରଦେଶ, ହରିୟାଣା, କେରଳ, ଚଣ୍ଡୀଗଡ଼, ପଞ୍ଜାବ, ଦିଲ୍ଲୀ, କର୍ଣ୍ଣାଟକ, ରାଜସ୍ଥାନ ଓ ରାଜସ୍ଥାନ ଭଳି ୧୫ ରାଜ୍ୟକୁ ଅମ୍ଳଜାନ ପଠାଯାଇଛି। ଅମ୍ଳଜାନ ନେଇ ଯାଉଥିବା ଟ୍ୟାଙ୍କର୍‍ଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍‍ କରିଡ଼ର୍‍ ପ୍ରସ୍ତୁତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅମ୍ଳଜାନ ନେଇ ଯାଉଥିବା ଟ୍ୟାଙ୍କର୍‍ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେ ନେଇ ରାଜ୍ୟ ପୋଲିସ୍‍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଗତ ୩୫ ଦିନ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧୧୨ଟି ଟ୍ୟାଙ୍କରରେ ୧୮୧୮.୨୮୨ ଟନ୍‍, ଢେଙ୍କାନାଳ ଜିଲ୍ଲାରୁ ୨୮୦ଟି ଟ୍ୟାଙ୍କରରେ ୪୫୩୪.୩୫ ଟନ୍‍, ଯାଜପୁର ଜିଲ୍ଲାରୁ ୨୬୮ଟି ଟ୍ୟାଙ୍କରରେ ୫୪୨୯.୯୭୭ ଟନ୍‍ ଏବଂ ରାଉରକେଲାରୁ ୫୮୬ଟି ଟ୍ୟାଙ୍କରରେ ୧୧୦୫୪.୨୪୬ ଟନ୍‍ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ୩୭୭ଟି ଟ୍ୟାଙ୍କରରେ ଆନ୍ଧ୍ରପ୍ରଦେଶକୁ ୭୪୦୦.୬୩୪ ଟନ୍‍, ୩୨୧ଟି ଟ୍ୟାଙ୍କରରେ ତେଲେଙ୍ଗାନାକୁ ୫୫୬୯.୦୮୯ ଟନ୍‍, ତାଲିମନାଡୁକୁ ୧୧୭ଟି ଟ୍ୟାଙ୍କରରେ ୨୦୭୬.୯୦୭ ଟନ୍‍, ହରିୟାଣାକୁ ୧୭୨ଟି ଟ୍ୟାଙ୍କରରେ ୩୧୭୮.୩୩୩ ଟନ୍‍, ମହାରାଷ୍ଟ୍ରକୁ ୪୧ଟି ଟ୍ୟାଙ୍କରରେ ୬୬୦.୦୫୧ ଟନ୍‍, ଛତିଶଗଡ଼କୁ ୩୯ଟି ଟ୍ୟାଙ୍କରରେ ୬୨୯.୩୨୧ ଟନ୍‍, ଉତରପ୍ରଦେଶକୁ ୬୨ଟି ଟ୍ୟାଙ୍କରରେ ୧୨୩୨.୦୬୨ ଟନ, ୬୬ଟି ଟ୍ୟାଙ୍କରରେ ୧୧୬୩.୯୭ ଟନ୍‍ ମଧ୍ୟପ୍ରଦେଶକୁ, ୨୨ଟି ଟ୍ୟାଙ୍କରରେ ଦିଲ୍ଲୀକୁ ୪୧୦.୨୪ ଟନ୍‍, ୪ଟି ଟ୍ୟାଙ୍କରରେ ପଞ୍ଜାବକୁ ୧୦୭.୮୯, ୮ଟି ଟ୍ୟାଙ୍କରରେ କର୍ଣ୍ଣାଟକକୁ ୧୫୧.୧୨, ୩ଟି ଟ୍ୟାଙ୍କରରେ ବିହାରକୁ ୬୬.୧୪ ଟନ୍‍, ୨ଟି ଟ୍ୟାଙ୍କରରେ ଚଣ୍ଡିଗଡ଼କୁ ୨୫.୨୯ ଟନ୍‍, ୭ଟି ଟ୍ୟାଙ୍କରରେ କେରଳକୁ ୧୨୬.୩୮୮ ଟନ୍‍ ଏବଂ ୨ଟି ଟ୍ୟାଙ୍କରରେ ରାଜସ୍ଥାନକୁ ୩୯.୪୨ ଟନ୍‍ ଅମ୍ଳଜାନ ଯୋଗାଇ ଦିଆଯାଇଛି।

Comments are closed.