www.samajalive.in
Wednesday, December 10, 2025
17.1 C
Bhubaneswar

ପୁନଃ ନିଯୁକ୍ତି ଦାବିରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇଲେ ଛଟେଇ କର୍ମଚାରୀ

ନବରଙ୍ଗପୁର: ନବରଙ୍ଗପୁର ବ୍ଲକ ଗୁମାଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ କାର୍ଯ୍ୟରତ ରାତ୍ରି ଜଗୁଆଳି ଓ ସ୍ୱିପରଙ୍କୁ ଛୋଟେଇ କରି ଠିକାସଂସ୍ଥା ତରଫରୁ ଅନ୍ୟ ଦୁଇ ଜଣଙ୍କୁ ନିଯୁକ୍ତି ଦିଆଯିବାର ପ୍ରତିବାଦରେ ମଙ୍ଗଳବାର ଛଟେଇ ଦୁଇ କର୍ମଚାରୀଙ୍କ ସହ ଗ୍ରାମବାସୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଫାଟକରେ ତାଲା ପକାଇବା ସହ ସେମାନଙ୍କ ପୁନଃ ନିଯୁକ୍ତି ଦାବି କରାଯାଇଥିଲା। କିନ୍ତୁ, ଡାବୁଗାଁ ବିଧାୟକଙ୍କ ପ୍ରତିଶୃତି ପରେ ତାଲା ଖୋଲିଥିଲେ ଆନ୍ଦୋଳନକାରୀ।

ମିଳିଥିବା ସୂଚନା ମୁତାବକ ରୋଗୀ କଲ୍ୟାଣ ସମିତି ତରଫରୁ ତାରାଗାଁ ଗ୍ରାମର ଦୁର୍ଯ୍ୟୋଧନ ହରିଜନ ରାତ୍ରି ଜଗୁଆଳି ଓ ଧନମତି ଗୌଡ଼ ସ୍ୱିପର ଭାବରେ ଦୀର୍ଘ ୧୦ ବର୍ଷ ହେବ ଗୁମାଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟକାର ଆସୁଥିଲେ। କିନ୍ତୁ ବର୍ତମାନ ଏଲ ଆଣ୍ଡ କେ ଠିକା ସଂସ୍ଥା ପକ୍ଷରୁ ଅନ୍ୟ ଦୁଇ ଜଣଙ୍କୁ ସେଠାରେ ତାଙ୍କ ବଦଳରେ ନିଯୁକ୍ତି ଦିଆଯିବା ସହ ନୂତନ ନିଯୁକ୍ତି ପାଇଥିବା ୨ ଜଣ କର୍ମଚାରୀ ଆଜି କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ବେଳେ, ଉକ୍ତ ୨ ଛଟେଇ କର୍ମଚାରୀ ପ୍ରତିବାଦ କରିବା ସହ ହସ୍ପିଟାଲ ଫାଟକରେ ତାଲା ପକାଇଦେଇଥିଲେ। ଏହାକୁ କିଛି ଗ୍ରାମବାସୀ ମଧ୍ୟ ସମର୍ଥନ କରିଥିଲେ। ଫଳରେ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଭିତରେ ରହିଯାଇଥିଲେ।

- Advertisement -

ପ୍ରାୟ ୩୦ ମିନିଟ ପରେ ଉକ୍ତ ରାସ୍ତା ଦେଇ ଡାବୁଗାଁ ବିଧାୟକ ମନହର ରନ୍ଧାରୀ ଯାଉଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଭିଡ଼ ଦେଖି ଗାଡି ରଖି ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ। ପରେ ବିଧାୟକ ରନ୍ଧାରୀ ନବରଙ୍ଗପୁର ସ୍ୱାସ୍ଥ୍ୟ ଅଧିକାରୀ ଓ ପିଡିଡିଆରଡିଏଙ୍କ ସହ ଫୋନ ମାଧ୍ୟମରେ ଆଲୋଚନା କରି ସେମାନଂକୁ ପୁନଃ ନିଯୁକ୍ତି କରାଯିବାର ପ୍ରତିଶୃତି ଦେବାପରେ ସ୍ୱାସ୍ଥ୍ୟ କେନ୍ଦ୍ରର ତାଲା ଖୋଲିଥିଲେ ଆନ୍ଦୋଳନକାରୀ। ଅନ୍ୟପଟେ ଠିକାସଂସ୍ଥା ତରଫରୁ ନୂତନ ଭାବେ ନିଯୁକ୍ତି ପାଇଥିବା ୨ କର୍ମଚାରୀ ଏଭଳି ଆନ୍ଦୋଳନକୁ ଦେଖି କାର୍ଯ୍ୟରେ ଯୋଗ ନଦେଇ ଫେରିଯାଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories