www.samajalive.in
Sunday, December 7, 2025
23.1 C
Bhubaneswar

ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ: ଏସଆରସି

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ’ର ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଯେଉଁ ଅଞ୍ଚଳରେ ବାତ୍ୟାର ପ୍ରଭାବ ସର୍ବାଧିକ ରହିବ ସେହି ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନ ତଥା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ସନ୍ଧ୍ୟା ସୁଦ୍ଧା ଏହି ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟର ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି)।

ଏସଆରସିଙ୍କ ସୂଚନା ଅନୁସାରେ, ବାତ୍ୟା ଭିତରକନିକା, ଧାମରା, ଚାନ୍ଦବାଲି ଅଞ୍ଚଳରେ ସ୍ଥଳଭାଗ ଛୁଇଁବା ଆଶଙ୍କା କରାଯାଉଛି। ବାତ୍ୟା ପ୍ରଭାବରେ ଆଜି ସନ୍ଧ୍ୟାରୁ ପବନ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନାନ୍ତର ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ସନ୍ଧ୍ୟା ସୁଦ୍ଧା ଏହା ଶେଷ ହେବ ବୋଲି ଏସଆରସି କହିଛନ୍ତି। ସକାଳ ୧୦ଟା ସୁଦ୍ଧା ୫୦ରୁ ୬୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତର କାର୍ଯ୍ୟରେ ଜନସାଧାରଣଙ୍କ ସହଯୋଗ ମିଳୁଛି। ବାତ୍ୟା ଆଶ୍ରୟସ୍ଥଳ ବ୍ୟତୀତ ଅନ୍ୟ ସ୍ଥାନରେ ବି ବ୍ୟବସ୍ଥା କରାଯାଇଛି। ବାତ୍ୟା ସମୟରେ ବାହାରେ ବୁଲାବୁଲି ନ କରିବାକୁ ଏସଆରସି ପରାମର୍ଶ ଦେଇଛନ୍ତି। ଏହା ସହିତ ବାତ୍ୟା ସମୟରେ ଅନ୍ତତଃ ୪ରୁ ୬ ଘଣ୍ଟା ଛାତ ଘର ଭିତରେ ରହିବାକୁ ମଧ୍ୟ ଏସଆରସି ପରାମର୍ଶ ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories