www.samajalive.in
Sunday, December 7, 2025
26.1 C
Bhubaneswar

ଶ୍ରମିକ ବଦଳରେ ଜେସିବିରେ ଚାଲିଛି ପୋଖରୀ ଖନନ

ଟିକାବାଲି: କନ୍ଧମାଳ ଜିଲାର ଟିକାବାଲି ବ୍ଲକରେ ଜଳଛାୟା ପ୍ରକଳ୍ପ ଦ୍ବାରା ଚାଲିଛି ପୋଖରୀ ଖନନ। ଏମଜିଏନଆରଜିଏସ ମାଧ୍ୟମରେ ପୋଖରୀ ଖନନ କାର୍ଯ୍ୟ କରିବା ପାଇଁ ସରକାରଙ୍କ ଗାଇଡଲାଇନରେ ଉଲ୍ଲେଖ ରହିଛି। କିନ୍ତୁ ବିଭାଗିୟ ଅଧିକାରୀମାନଙ୍କ ପ୍ରରୋଚନାରେ  ଠିକାଦାରମାନେ ମନରେଗା ଶ୍ରମିକମାନଙ୍କ ବଦଳରେ ଜେସିବି ଦ୍ବାରା ପୋଖରୀ ଖନନ କାମ ଚଳାଇଛନ୍ତି। ଯଦି କେହି ଏହାର ପ୍ରତିରୋଧ କରୁଛନ୍ତି  ସେମାନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଳଜ ସହ ଧମକ ଦିଆଯାଉଛି।
ପ୍ରକାଶଥାଉକି ଗତ ମେ’ ୮ରୁ ଟିକାବାଲି ବ୍ଲକର ଟିକାବାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛତିଝାର ଗ୍ରାମର ଦଶଘରିଆ ତଥା ଟିପାରିଗାଁ ମୌଜା ଠାରେ ଏକ ଜେସିବି ଦ୍ବାରା ପୋଖରୀ ଖନନ କାର୍ଯ୍ୟ ଚାଲିଛି। ଛତିଝାର ଗ୍ରାମର ଗାଁସାଥି ତଥା ଉକ୍ତ କାର୍ଯ୍ୟର ଠିକାଦାର ଚନ୍ଦନ ମଳିକଙ୍କୁ କାର୍ଯ୍ୟ ସମ୍ପର୍କରେ ତଥ୍ୟ ସଂଗ୍ର କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଜେସିବି ମାଲିକ ସୁଜିତ କୁମାର ଦାଶ ଓରଫ ମିଟୁ ହଠାତ୍ ସେଠାରେ ପହଞ୍ଚି କା ଗାଳିଗୁଳଜ କରିଥିଲେ। ଏନେଇ  ଗଣମାଧ୍ୟମ ପ୍ରତିନିଧିମାନେ ସୁଜିତ ଓରଫ ମିଟୁଙ୍କ ନାମରେ  ଟିକାବାଲି ଥାନାଧୀକାରିଙ୍କ ନିକଟରେ ଅଭିଯୋଗ କରିଥିଲେ। ଥାନାଅଧିକାରୀ ସୁଜିତ(ମିଟୁ)ଙ୍କୁ ଡକାଇ ଏସଆଇ ଅନିଲ କୁମାର ଦେବତାଙ୍କ ଉପସ୍ଥିତିରେ ଏହାର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିଥିଲେ।
ସୂଚନା ଥାଉକି ଆମେ ଟିକାବାଲି ବ୍ଲକ ଜଳଛାୟା ପ୍ରକଳ୍ପର ମୂଖ୍ୟ ବାସୁଦେବ କହଁର କହିଥିଲେ ଯେ ଶ୍ରମିକ ମିଳୁନଥିବାରୁ ଯନ୍ତ୍ର ଦ୍ବାରା କାର୍ଯ୍ୟ କରା ଯାଉଆଛି। ଏଭଳି କାମ ସାରା ଜିଲାରେ ଚାଲିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories