www.samajalive.in
Tuesday, December 9, 2025
23.1 C
Bhubaneswar

୧୪ରୁ କମିବ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ଶୀର୍ଷ ଛୁଇଁଛି। ଏବେ ଦୈନିକ ସଂକ୍ରମଣ ୧୨ ହଜାର ଉପରେ ଚିହ୍ନଟ ହେଉଛି। ଏଭଳି ସ୍ଥିତି ଆଉ ୩ରୁ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ। ଏଥିରେ କିଛି ଭୟ କରିବା ଆବଶ୍ୟକ ନାହିଁ। ଆଶା କରାଯାଉଛି ୫ରୁ ୬ଦିନ ପରେ ଅର୍ଥାତ ୧୪ ତାରିଖରୁ ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିବ ବୋଲି ରାଜଧାନୀ ଡାକ୍ତରଖାନା ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି। ସେ କହିଛନ୍ତି, ସଂକ୍ରମଣ ଯେଉଁ ହାରରେ ବୃଦ୍ଧି ପାଉଥିଲା ରୋକିବାର ଏକମାତ୍ର ଉପାୟ ତାଲାବନ୍ଦ ଥିଲା। ସରକାରଙ୍କ ପକ୍ଷରୁ ଉପଯୁକ୍ତ ସମୟରେ ସଠିକ୍‌ ନିଷ୍ପତ୍ତି ନିଆଯାଇଛି। ଏହା ସଂକ୍ରମଣକୁ ହ୍ରାସ କରିବାରେ ସହାୟକ ହେବ। ଲୋକେ ବାହାରେ ବୁଲାବୁଲି କରି ସଂକ୍ରମଣ ଧରି ଘରକୁ ଫେରିଛନ୍ତି। ତାଲାବନ୍ଦ ଦ୍ୱାରା ଘରେ ରହିବେ। ୫ ଦିନ ଭିତରେ ନିଶ୍ଚିତ ଭାବେ ଲକ୍ଷଣ ପ୍ରକାଶ ପାଇବ। ସେମାନେ ଚିହ୍ନଟ ହୋଇଯିବା ଦ୍ୱାରା ସଂକ୍ରମଣ ହ୍ରାସ ପାଇବା ଆରମ୍ଭ କରିବ।

ସଂକ୍ରମଣ ଶୀର୍ଷ ଛୁଇଁଥିବାରୁ ଆଗକୁ ୪ ଦିନ ପର୍ଯ୍ୟନ୍ତ ଦୈନିକ ସଂକ୍ରମଣ ୧୦ରୁ ୧୨ ହଜାର ଭିତରେ ଚିହ୍ନଟ ହେବା ସମ୍ଭାବନା ରହିଛି। ୧୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ। ରାଜ୍ୟରେ ପରୀକ୍ଷା ହାର ବୃଦ୍ଧି ପାଇଛି। ସେଥିପାଇଁ ପ୍ରତିଦିନ ସଂକ୍ରମିତ ଅଧିକ ବାହାରୁଛନ୍ତି। ସରକାରଙ୍କ ଉପଯୁକ୍ତ ବ୍ୟବସ୍ଥା ହେତୁ ମୁତ୍ୟୃହାର ମଧ୍ୟ କମ୍‌ ଅଛି। ସଂକ୍ରମଣ ହ୍ରାସ ପାଇଲେ ମୃତ୍ୟୁହାର ମଧ୍ୟ କମିବ ବୋଲି ଡା. ସାହୁ ସୂଚନା ଦେଇଛନ୍ତି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories