www.samajalive.in
Monday, December 8, 2025
14.1 C
Bhubaneswar

ସରକାରୀ ନିର୍ଦ୍ଦେଶ ସତ୍ୱେ ଅସହାୟ ଏବଂ ପୀଡ଼ିତଙ୍କୁ ମିିଳିଲାନି ରନ୍ଧାଖାଦ୍ୟ

ବେଗୁନିଆ: ସରକାର ଆଜିଠାରୁ ଚଳିତ ମାସ ୧୯ ତାରିଖ ପର୍ୟ୍ୟନ୍ତତାଲା ବନ୍ଦ ଘୋଷଣା କରିଥିବାବେଳେ ବିଭିନ୍ନ ସ୍ଥାନରେ ଥିବା ପୀଡିତ, ପରିତ୍ୟକ୍ତ, ଉପବାସ କିମ୍ବା ଅନାହାରରେ ରହୁଥିବା ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ରୋଷେଇ କରି କିମ୍ବା ପ୍ୟାକେଟ ନଚେତ ଶୁଖିଲା ଖାଦ୍ୟ ଦିନକୁ ଦୁଇଥର ଦେବାପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଗତ ୪ ତାରିଖରେ ଏସଆରସି ନିର୍ଦେଶ ଦେଇଛନ୍ତି । ତାଲା ବନ୍ଦ ସମୟରେ ଗ୍ରାମାଞ୍ଚଳରେ ବହୁ ପୀଡିତ, ଅସୁସ୍ଥ, ପରିତ୍ୟକ୍ତ, ଅସହାୟ, ଅଭାବଗ୍ରସ୍ତ ଏବଂ ଅନାହାରରେ ବହୁ ଲୋକ ରହୁଥିବାରୁ ସେମାନେ ଏହି ସମୟରେ ଖାଦ୍ୟ ଠିକ ଭାବରେ ପାଇ ପାରିବେ ନାହିଁ । ତେଣୁ ଅନାହାର ମୃତ୍ୟୁକୁ ଏଡ଼ାଇବା ପାଇଁ ସରକାର ବିଭିନ୍ନ ସ୍ଥାନରେ ଥିବା ଏହି ବର୍ଗର ସମସ୍ତ ବ୍ୟକ୍ତିଙ୍କୁ ଆଜିଠାରୁ ୧୯ ତାରିଖ ପର୍ୟ୍ୟନ୍ତ ରନ୍ଧା, ପ୍ୟାକେଟ କିମ୍ବା ଶୁଖିଲା ଖାଦ୍ୟ ଦୈନିକ ଦୁଇଓଳି ଯୋଗାଇଦେବା ପାଇଁ ନିର୍ଦେଶ ଦେଇଛନ୍ତି । ଯେଉଁଠାରେ ଦୁଇଓଳି ରୋଷେଇ କରି ଦିଆ ନ ଯାଇପାରିବ ସେଠାରେ ଗୋଟିଏ ଓଳି ଗରମ ଖାଦ୍ୟ ଏବଂ ଆଉ ଗୋଟିଏ ଓଳି ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ନିର୍ଦେଶ ଦେଇଛନ୍ତି । ବଡ଼ମାନଙ୍କ ମିଲ ଗୋଟିକ ୪୦ ଟଙ୍କା ରଖା ଯାଇଥିବାବେଳେ ପିଲାମାନଙ୍କ ପାଇଁ ୨୪ ଟଙ୍କା ରଖାଯାଇଛି । ଖାଦ୍ୟ ଦେବାବେଳେ ସାମାଜିକ ଦୂରତା ରଖାଯିବା ସହିତ ଗୋଟିଏ ସ୍ଥାନରେ ସମସ୍ତେ ଖାଦ୍ୟ ନେଇପାରିବେ ନାହିଁ । ଆଜିଠାରୁ ଖାଦ୍ୟ ଦେବାପାଇଁ ସ୍ପଷ୍ଟ ନିର୍ଦେଶ ଥିବାବେଳେ ଆଜି ବେଗୁନିଆ ବ୍ଲକର କୌଣସି ସ୍ଥାନରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଖାଦ୍ୟ ଦିଆଯାଇନାହିଁ କିମ୍ବା ଏସଆରସିଙ୍କ ନିର୍ଦେଶକୁ କାର୍ୟ୍ୟକାରୀ କରାଯାଇନାହିଁ । ଫଳରେ ବହୁ ଅସହାୟ ବ୍ୟକ୍ତି ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories