www.samajalive.in
Tuesday, December 9, 2025
16.1 C
Bhubaneswar

ଜେଲକୁ ଡ୍ରଗ୍ସ ଚାଲାଣ କରୁଥିଲା ବିଲେଇ; ଧରିଲା ପ୍ରଶାସନ

ନୂଆଦିଲ୍ଲୀ: ଡ୍ରଗ୍ସ ଚୋରା ଚାଲାଣ ପାଇଁ ଚାଲାଣକାରୀମାନେ ବିଭିନ୍ନ ପନ୍ଥା ଆପଣାଇ ଥାଆନ୍ତି। ସେମାନଙ୍କର ବେଆଇନ ସାମଗ୍ରୀକୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ଭିନ୍ନ ତଥା ଅଦ୍ଭୁତ ମାଧ୍ୟମର ସାହାଯ୍ୟ ନେଇଥାଆନ୍ତି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ପାନାମାର ନୁଏଭା ଏସ୍‍ପରେଞ୍ଜା ଜେଲ୍‍ରୁ। ଏହି ଜେଲ୍‍କୁ ଡ୍ରଗ୍ସ ଚାଲାଣ କରୁଥିଲା ଏକ ବିଲେଇ, ଯାହାକୁ ଧରିଛି ସେଠାକାର ପୁଲିସ।

ସୂଚନା ଅନୁସାରେ, ବିଲେଇର ବେକରେ ବିଭିନ୍ନ ପ୍ରକାରର ଡ୍ରଗ୍ସ ବନ୍ଧା ହୋଇଥିଲା ଏବଂ ବିଲେଇ ଜେଲ୍‍ ଭିତରକୁ ପସିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ସେଠାକାର ଜଣେ ଅଧିକାରୀଙ୍କୁ ତାକୁ ଦେଖିଥିଲେ। ଏହାପରେ ବିଲେଇକୁ ଧରି ତାଠାରୁ ସମସ୍ତ ଡ୍ରଗ୍ସକୁ ପୁଲିସ ଜବତ କରିଥିଲା। ଏହାସହିତ ବିଲେଇଟିକୁ ଗୃହପାଳିତ ପଶୁ କେନ୍ଦ୍ରକୁ ପଠାଇ ଦିଆଯାଇଛି।

- Advertisement -

ଜେଲ୍‍ ଅଧିକାରୀଙ୍କ କହିବାନୁସାରେ ପୂର୍ବରୁ ମଧ୍ୟ ଏଭଳି ବହୁତ ଥର ହୋଇଛି। ପଶୁ ପକ୍ଷୀମାନଙ୍କ ଜରିଆରେ ଜେଲ ଭିତରକୁ ଡ୍ରଗ୍ସ ଚାଲାଣ ଉଦ୍ୟମ ହୋଇଛି। ତାଙ୍କ କହିବାନୁସାରେ ପଶୁମାନଙ୍କ ଶରୀରରେ ଡ୍ରଗ୍ସ ବାନ୍ଧି ଭିତରକୁ ପଠାଇଦେବା ପରେ କଏଦୀମାନେ ଖାଦ୍ୟ ଲାଳସା ଦେଇ ତାକୁ ନିଜ ପାଖକୁ ଡାକିଥାଆନ୍ତି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories