www.samajalive.in
Sunday, December 7, 2025
14.1 C
Bhubaneswar

ପରଲୋକରେ ଲୋକପ୍ରିୟ ତାମିଲ ଅଭିନେତା ବିବେକ

ନୂଆଦିଲ୍ଲୀ: ଲୋକପ୍ରିୟ ତାମିଲ ଅଭିନେତା ବିବେକଙ୍କର ଶନିବାର ସକାଳେ ଚେନ୍ନାଇସ୍ଥିତ ଏକ ଡାକ୍ତରଖାନାରେ ପରଲୋକ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଶୁକ୍ରବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିବେକଙ୍କ ଦେହାନ୍ତ ଖବର ଶୁଣି ସମ୍ପୂର୍ଣ୍ଣ ତାମିଲ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି।


ସୂଚନା ଅନୁସାରେ, ଗତକାଲି ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୫୯ ବର୍ଷିୟ ହାସ୍ୟ ଅଭିନେତା ବିବେକ ଗୁରୁବାର କୋଭିଡ଼୍‌-୧୯ ଟିକା ନେଇଥିଲେ। ଡାକ୍ତରଙ୍କ କହିବାନୁଯାୟୀ, ତାଙ୍କ ହୃଦୟର ଏକ ଶିରାରେ ୧୦୦ ପ୍ରତିଶତ ବ୍ଲକେଜ୍‌ ଯୋଗୁ ସେ ହୃଦଘାତର ଶିକାର ହୋଇଥିଲେ ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ୨୪ ଘଣ୍ଟା ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଥିଲା। ହଠାତ୍‌ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା ଓ ତାଙ୍କ ମୃତ୍ୟୁ ହେବା ସହ ଗୁରୁବାର ନେଇଥିବା ଟିକାର କିଛି ସମ୍ପର୍କ ନାହିଁ ବୋଲି ସେଠାକର ଡାକ୍ତର ସ୍ପଷ୍ଟ କରିଛନ୍ତି।

- Advertisement -


ସୂଚନାଯୋଗ୍ୟ, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିବେକ ୨୨୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ରଜନୀକାନ୍ତ, ବିଜୟ ଓ ଅଜିତ କୁମାରଙ୍କ ସମେତ ଅନେକ ବଡ଼ ବଡ଼ ତାମିଲ ଅଭିନେତାଙ୍କ ସହ ସେ କାମ କରିଛନ୍ତି। କେତେକ ଫିଲ୍ମରେ ସେ ମୁଖ୍ୟ କଳାକାର ଭାବେ ମଧ୍ୟ ଅଭିନୟ କରିଛନ୍ତି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories