www.samajalive.in
Monday, December 15, 2025
24.1 C
Bhubaneswar

ଟ୍ରାକ୍ଟର ଦୁର୍ଘଟଣା: ୨ ମୃତ, ୧୫ ଆହତ

ପାତ୍ରପୁର: ପାତ୍ରପୁର ବ୍ଲକ ସାମନ୍ତରା ପୁର ପଞ୍ଚାୟତ ପାଞ୍ଚାମ୍ବ ଶିବ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ଟ୍ରାକ୍ଟର ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ଯାଇଛି। ମୃତକ ମାନେ ହେଉଛନ୍ତି ତୁମ୍ବା ପଞ୍ଚାୟତ ଥଳିବାଡ ଗ୍ରାମର ମଙ୍ଗଳା ପ୍ରଧାନ (୪୦) ଓ ସୀତା ପ୍ରଧାନ (୨୫) ବୋଲି ଜଣାପଡିଛି। ଏହି ଘଟଣାରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୩ଜଣ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ଏହି ଗୁରୁତରମାନେ ହେଲେ ବେହେରା ସବର, ରୁକୁଣା ସବର, ହାରା ସବର ବୋଲି ଜଣା ପଡ଼ିଛି। ତେବେ ଅନ୍ୟ ଗୁରୁତରଙ୍କୁ ସ୍ଥାନାନ୍ତରିତ କରାଯିବା ବୋଲି ସୂଚନା ମିଳିଛି।


ଘଟଣାରୁ ପ୍ରକାଶ ଯେ ତୁମ୍ବା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଠଣା ଗାଁ, ଥଳିବାଡ ଆଦି ତିନି ଗ୍ରାମର ପ୍ରାୟ କୋଡିଏରୁ ଅଧିକ ମହିଳା ଓ ପୁରୁଷ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ଓ କିରାସିନି ଆଣିବା ଲାଗି ଏକ ଟ୍ରାକ୍ଟର ଯୋଗେ ପଞ୍ଚାୟତ ତୁମ୍ବା ଗ୍ରାମକୁ ଯାଇଥିଲେ। ରାସନ୍ ସାମଗ୍ରୀ ସଂଗ୍ରହ କରି ଫେରୁଥିବା ବେଳେ ପାଞ୍ଚାମ୍ବ କଳ୍ପେଶ୍ବର ଶିବ ମନ୍ଦିର ନିକଟରେ ଟ୍ରାକ୍ଟର ଡାଲା ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ପ୍ରାୟ ୧୫ରୁ ଅଧିକ ଲୋକ ଟ୍ରାକ୍ଟର ଡାଲା ତଳେ ଚାପି ହୋଇ ଯାଇଥିଲେ। ଲୋକଙ୍କ ଚିକ୍ରାର ଶୁଣି ଆଖ ପାଖର ଲୋକମାନେ ପହଞ୍ଚି ଚାପି ହୋଇ ରହିଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହାତ ହୋଇଥିଲେ। ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସ ଓ ବିଭିନ୍ନ ଗାଡ଼ିରେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ଡାକ୍ତର ଖାନାରୁ ତିନିଜଣ ଗୁରୁତରଙ୍କୁ ପ୍ରଥମ ଦଫାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଖବର ପାଇ ବିଭିନ୍ନ ଅଧିକାରୀ ଡାକ୍ତର ଖାନାରେ ପହଞ୍ଚି ଛନ୍ତି। ଜରଡା ଥାନା ପୁଲିସ ଦୁର୍ଘଟଣା ସ୍ଥଳରେ ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇ ଥିବା ବେଳେ ଏନେଇ ଏକ ମକଦ୍ଦମା ରୁଜୁ କରାଯାଇଛି। ତେବେ ଟ୍ରାକ୍ଟର ଚାଳକ ଅତି ଦ୍ରୁତ ଗତିରେ ଗାଡି ଚଳାଉଥିବା ଯୋଗୁଁ ଏହିଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories