www.samajalive.in
Sunday, December 7, 2025
15.1 C
Bhubaneswar

ତାରପଲିନ ବିହୀନ ଚୋରା ବାଲି ଚାଲାଣ: ହାଇୱା ଯୋଗୁଁ ପରିବେଶ ଧୁଳିମୟ, ଅତିଷ୍ଠ ଗ୍ରାମବାସୀ

ରେଙ୍ଗାଲିକ୍ୟାମ୍ପ : ଅତାବିରା ତହସିଲ ଅଧୀନରେ ଥିବା ଝାଉଁ ନଦୀର ବାଲି ଏବେ ବାଲି ମାଫିଆଙ୍କ କବଜାରେ। ଲରମ୍ଭା ଝାଉଁ ନଦୀ ବାଲି ପଟାରୁ ପ୍ରତିଦିନ ଗୋଡ଼ଭଗା, ବାଳିଟିକ୍ରା, ଭାୟା ବାବାଟିକ୍ରା ଦେଇ ୨୦/୩୦ ଟି ହାଇୱା ଓ ଟ୍ରାକ୍ଟରରେ ଚୋରା ବାଲି ଗୋଶାଳା ଓ ଚିପିଲମା ଅଞ୍ଚଳକୁ ଚାଲାଣ ହେଉଛି। ହେଲେ ତହସିଲ ପ୍ରଶାସନ ପକ୍ଷରୁ କୌଣସି ଠୋସ କାର୍ୟ୍ୟାନୁଷ୍ଠାନ ନିଆଯାଇ ନ ଥିବା ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ବାଲି ବୋଝେଇ ଗାଡ଼ିଗୁଡ଼ିକ ଯିବା ରାସ୍ତାରେ ଟାମ୍ପରସରା, ଲାରଂଭା ଓ ଦୁଲମପୂର୍ ଆର୍ ଆଇ ସର୍କଲ ରହିଛି। କିନ୍ତୁ ସେମାନେ ମାଫିଆମାନଙ୍କଠାରୁ କିଛି ହାତଗୁଞ୍ଜକ୍ଷ ନେଇ ଚୁପ ମାରି ବସି ରହୁଛନ୍ତି ବୋଲି ଅଞ୍ଚଳରେ ଅଭିଯୋଗ ରହୁଥିବା ଜଣାପଡିଛି।

ଅପରପକ୍ଷରେ ଏହି ଚୋରା ବାଲି ବୋଝେଇ ଗାଡ଼ି ଗୁଡିକରେ ତାରପଲିନ ନ ଥିବାରୁ ବାଲି ସବୁ ଉଡ଼ି ପରିବେଶ ଧିଲିମୟ ହେଉଛି। ଯାହାର ପରିଣାମ ସ୍ୱରୂପ ଛୋଟବଡ ଦୁର୍ଘଟଣା ଘଟୁଥିବା ବେଳେ ପାଖ ଅଂଚଳର ଗ୍ରାମବାସୀମାନେ ସ୍ୱାସଜନିତ ସମସ୍ୟାର ଶିକାର ହେବାର ସମ୍ଭାବନା ରହିଛି।

- Advertisement -

ତେଣୁ ଗ୍ରାମବାସୀ ଅତିଷ୍ଠ ହୋଇ ଏହି ବାଲି ଚାଲାଣ ହେଉଥିବା ୪ଟି ଗାଡିକୁ ଅଟକାଇ ଗ୍ରାମର ଏମ୍ ରାମଚନ୍ଦ୍ର ରାଓ, ହରିହର ଖିଲାରି, ମନୋରଞ୍ଜନ ଖମାରୀ, ସପନେଶ୍ୱର୍ କର୍ଣ୍ଣ, ବିଶ୍ଵ କର୍ଣ୍ଣ, ରାଜକୁମାର ସାହୁ, କୃଷ୍ଣଚନ୍ଦ୍ର ମହାକୁର, ଅର୍ଜୁନ ଅଗ୍ରୱାଲ, ଏମ୍ ଈଶ୍ୱର ରାଓ, ଦୁର୍ୟ୍ୟୋଧନ କର୍ଣ୍ଣ, ଟଙ୍କଧର ଖମାରୀ, ସନ୍ଧ୍ୟା ଖିଲାରୀ ପ୍ରମୁଖ ତହସିଲଦାର ଦୁର୍ୟ୍ୟୋଧନ ଭୋଇଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ପରେ କିଛି ବାଲି ମାଫିଆ ବାବା ତିକ୍ରକୁ ଆସି ପଡ଼ାବାଦୀଙ୍କ ସହ ଆଲୋଚନା କରି ରାସ୍ତାରେ ପାଣି ଛିଞ୍ଚିବାର ବ୍ୟବସ୍ଥା କରିବା ସହ ତାରପଲୀନ ଦେବୁ ଆଉ ଧୂଳି ଉଡ଼ିବ ନାହିଁ ବୋଲି କହିଥିଲେ। କିନ୍ତୁ ପଡ଼ାବାସି ଏଥିରେ ରାଜି ହୋଇନଥିଲେ। ତେଣୁ ସେମାନେ ଫେରିଯାଇଥିଲେ। ପ୍ରତିଦିନ ସକାଳୁ ରାତି ପର୍ଯ୍ୟନ୍ତ ୫୦/୬୦ ଗାଡ଼ିରେ ଚୋରାବାଲି ଚାଲାଣ ହେଉଛି। ଲରଂଭା ବାଲିଘାଟ ଟି ନିଲାମ ହୋଇ ନଥିଲେ ମଧ୍ୟ ଏଠାରୁ କିପରି ବାଲି ଚାଲାଣ କରାଯାଉଛି ବୋଲି ପୁରୁଷ ଓ ମହିଳା ଗ୍ରାମବାସୀ ଅତିରିକ୍ତ ତହସିଲଦାର ସୌର୍ଯ୍ୟ ରଞ୍ଜନ ମିଶ୍ରଙ୍କ ସହ ଯୋଗାଯୋଗ କରି ପ୍ରଶ୍ନ କରିଥିଲେ । ଏହି ବାଲି ମାଫିଆଙ୍କ ପାଇଁ ବିହିତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ।

ପ୍ରକାଶ ଥାଉ କି, ୬ଟି ବାଲିଘାଟ ମଧ୍ୟରୁ ମାତ୍ର ଗୋଟିଏ ଘାଟ ନିଲାମ ହୋଇଛି । ନିଲାମ ହୋଇଥିବା ବାଲିଘାଟ ରେ ବି ରାଜସ୍ବ ସରକାରଙ୍କ ନିୟମକୁ ଉଲ୍ଲଂଘନ କରାଯାଉଛି। ନିୟମ ଅନୁସାରେ ନିଲାମ ହୋଇଥିବା ବାଲିଘାଟ ଭିତରକୁ ମାଟି କୋଡା ଗାଡ଼ି ଯାଇପାରିବ ନାହିଁ କିନ୍ତୁ ଏହା ଅବାଧରେ ପ୍ରବେଶ କରୁଛି। ଦ୍ଵିତୀୟତଃ କେତେ ଗଭୀରତା ପର୍ଯ୍ୟନ୍ତ ବାଲି ଉଠାଯିବ ଘାଟ ଭିତରେ ତାହା ମଧ୍ୟ ଚିହ୍ନଟ କରାଯାଇ ନାହିଁ। ରାଜସ୍ବ ବିଭାଗର ଏହି ଅବହେଳା ଯୋଗୁଁ ବାଲି ମାଫିଆଙ୍କ ରାଜୁତି ବଢ଼ି ଚାଲୁଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories