www.samajalive.in
Monday, December 15, 2025
24.1 C
Bhubaneswar

ଦେଶରେ ପୁଣିଥରେ କଠିନ ପରିସ୍ଥିତି ଉପୁଜିବାକୁ ଯାଉଛି। ଆମକୁ ଶାସନ ବ୍ୟବସ୍ଥାକୁ ଅଧିକ ମଜବୁତ କରିବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ

  • ଅପ୍ରେଲ୍‌ ୧୧ରୁ ୧୪ ମଧ୍ୟରେ ଦେଶରେ ଟିକା ଉତ୍ସବ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ
  • ଟେଷ୍ଟ, ଟ୍ରାକ୍‌ ଓ ଟେଷ୍ଟ ଦ୍ବାରା ଦ୍ବିତୀୟ ଲହରରେ ରୋକ୍‌ ଲଗାଯାଇପାରିବ

ନୂଆଦିଲ୍ଲୀ: ଆଜି କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ମୁଖ୍ୟମନ୍ତ୍ରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇ କହିଛନ୍ତି​‌ ଯେ ଦେଶରେ ପୁଣିଥରେ କଠିନ ପରିସ୍ଥିତି ଉପୁଜିବାକୁ ଯାଉଛି। ଆମକୁ ଶାସନ ବ୍ୟବସ୍ଥାକୁ ଅଧିକ ମଜବୁତ କରିବାକୁ ପଡ଼ିବ। ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହର ଅଧିକ ସାଂଘାତିକ ହେଉଛି। କିଛି ରାଜ୍ୟରେ ପ୍ରଥମ ଲହରକୁ ଦ୍ବିତୀୟ ଲହର ଟପିଗଲାଣି। ଲୋକମାନେ ପୂର୍ବ ଅପେକ୍ଷା ଢିଲା ହେଉଥିବା ଦେଖାଗଲାଣି। ପୂର୍ବ ଅପେକ୍ଷା ଆମ ପାଖରେ ନୂଆ ସଂଶାଧନ ରହିଛି। ଆମ ପାଖରେ ଟିକା ଭଳି ଅମୋଘ ଅସ୍ତ୍ର ମଧ୍ୟ ରହିଛି। ଆମେ ବ୍ୟବସ୍ଥାକୁ ଠିକ୍‌ ଭାବେ ପରିଚାଳନା କଲେ ସ୍ଥିତି ସୁଧୁରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

 

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଦେଶ ତଥା ରାଜ୍ୟରେ ଏଥର ବଡ଼ ନୁହେଁ, ଛୋଟ ଛୋଟ କଣ୍ଟେନ୍‌ମେଣ୍ଟ କରିବାକୁ ପଡ଼ିବ। ନାଇଟ୍‌ କର୍ଫ୍ୟୁ ଯେଉଁଠି ହେଉଛି, ତାକୁ କରୋନା କର୍ଫ୍ୟୁ ମାନିବାକୁ ପଡ଼ିବ। ଟେଷ୍ଟ, ଟ୍ରାକ୍‌ ଓ ଟେଷ୍ଟ ଦ୍ବାରା ଆମେ ଏ ଲହରରେ ରୋକ୍‌ ଲଗାଇ ପାରିବା। ତେଣୁ ଅଧିକ ଟେଷ୍ଟିଂ କରିବା ଦରକାର। ଅଧିକ ଟେଷ୍ଟିଂ ହେଲେ ଲକ୍ଷଣ ବିହୀନ ରୋଗୀ ଚିହ୍ନଟ ହୋଇପାରିବେ ଏବଂ ଏହାର ସଫଳ ନିଦାନ କରାଯାଇପାରିବ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅପ୍ରିଲ୍‌ ୧୧ ହେଉଛି ବିଶିଷ୍ଟ ସମାଜସେବୀ ଜ୍ୟୋତିବା ଫୁଲେଙ୍କ ଜୟନ୍ତୀ ଏବଂ ୧୪ ଅପ୍ରେଲ୍‌ ହେଉଛି ବାବା ସାହେବ୍‌ ଆମ୍ବେଦକରଙ୍କ ଜୟନ୍ତୀ। ତେଣୁ ଅପ୍ରେଲ୍‌ ୧୧ରୁ ୧୪ ମଧ୍ୟରେ ଦେଶରେ ଟିକା ଉତ୍ସବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories