ନର୍ଲା : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ଗୁରୁବାର ସୁଦ୍ଧା କରୋନା ସଂକ୍ରମଣର ସଂଖ୍ୟା ୩୩ରେ ପହଞ୍ଚିଥିବା ଜଣାପଡିଛି। ନର୍ଲା ବ୍ଲକର ରୁପ୍ରାରୋଡରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୩୧ ମାର୍ଚ୍ଚ ଠାରୁ ଆଜି ମଧ୍ୟରେ କେବଳ ରୁପ୍ରାରୋଡରେ ହିଁ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଅନ୍ୟାନ୍ୟ ଗାଁ ମାନଙ୍କ ମଧ୍ୟରେ ମାଣ୍ଡେଲ, ନର୍ଲାରୋଡ, ଭଟାଙ୍ଗ, ଣ୍ଟମାଳ,ସେରଗଡ,ବଡ ଧାରପୁର, ସରିଆଁ, ବରଗାଁ, ଉଫେର ଆଦିରେ ସଂକ୍ରମଣ ଦେଖାଦେଇଛି ଲୋକେ ବର୍ତ୍ତମାନ ଏହାକୁ ହାଲୁକା ଗ୍ରହଣ କରୁଥିବା ବେଳେ ନିର୍ଭୟରେ ମିଳାମିଶା ହେଉଥିବା ଦେଖିବାକୁ ମିଳୁଛି। ଯାହା ଆଗକୁ ପରିସ୍ଥିତି ଅସମ୍ଭାଳ ହେବାର ଆଶଙ୍କା ଦେଖା ଦେଇଛି । ସାମାଜିକ ଦୂରତା ଏଠାରେ ମୂଲ୍ୟହୀନ। ଯିଏ ନିଜ ପ୍ରତି ସଜାଗ ସେଭଳି କିଛି ଲୋକ ଡାକ୍ତରୀ ଉପଦେଶକୁ ମାନି ଚଳୁଛନ୍ତି। ସଂକ୍ରମଣର ଗତିକୁ ରୋକିବା ପାଇଁ ପ୍ରଶାସନ ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରିବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି ।



