www.samajalive.in
Monday, December 15, 2025
24.1 C
Bhubaneswar

ହାତୀନଦୀର ଗର୍ଭରେ ଲିନ ହେଉଛି ବଙ୍କାପଲାର ଚାଷ ଜମି, ଜୀବନ ଜିବୀକା ବିପନ୍ନ

କଲମପୁର: ଇନ୍ଦ୍ରାବତି ଜଳ ସେଚନ ପ୍ରକଳ୍ପ କାହା ପାଇଁ ଆଶିର୍ବାଦ ପାଲଟିଥିବା ବେଳେ ବଙ୍କାପଲାର ୨୫ ଜଣ ·ଷୀଙ୍କ ପାଇଁ କିନ୍ତୁ ଅଭିଶାପ ପାଲଟିବାରେ ଲାଗିଛି। ଇନ୍ଦ୍ରାବତୀ ବିଦ୍ୟୁତ୍ ପ୍ରକଳ୍ପରୁ ବିଦ୍ୟୁତ୍ ଉତ୍ପାଦନ ପରେ ଉଭୟ ବାମ ଓ ଦକ୍ଷିଣ ମୁଖ୍ୟ କେନାଲ ସମେତ ଉଠା ଜଳସେଚନରେ ଜଳ ଯୋଗାଣ କରିବା ପରେ ବଳକା ପାଣିକୁ ହାତୀ ନଦୀ ମାଧ୍ୟମରେ ନିଷ୍କାସିତ କରାଯାଉଛି। ସେହିଭଳି କେନାଲ ମାଧ୍ୟମରେ ·ଷ ଜମି କୁ ଜଳ ସେଚନ ହେବା ପରେ ଚାଷ ଜମିର ବଳକା ପାଣି ମଧ୍ୟ ବିଭିନ୍ନ ନାଳ ଦେଇ ହାତୀ ନଦୀରେ ସଂଯୋଗ ହେଉଛି। ବର୍ଷ ତମାମ ହାତୀ ନଦୀରେ ପାଣି ପ୍ରବାହିତ ହେବା ଯୋଗୁଁ ହାତୀ ନଦୀ କୂଳକୁ ଲାଗି ରହିଥିବା ବହୁ ଚାଷ ଜମି ପ୍ରଭାବିତ ହେଉଛି। ବର୍ଷା ଋତୁରେ ଯେତେବେଳେ ହାତୀ ନଦୀ ଓ ତାର ଶାଖା ପ୍ରଶାଖା ନଦୀରେ ବନ୍ୟାର ସ୍ଥିତି ସୃଷ୍ଟି ହୁଏ ବର୍ଷା ତମାମ ପାଣି ପ୍ରବାହିତ ଯୋଗୁଁ କୂଳ ମାଟି ଧୋଇ ହେଇ ଯାଉଛି।

 

- Advertisement -

ଯାହାରି ଫଳରେ ନଦୀକୂଳରେ ଥିବା ବଙ୍କାପଲାର ଭବାନିଶଙ୍କର ପଣ୍ଡା, ବିଜନ କୁମାର ପଣ୍ଡା, ବିଧାନ ଚନ୍ଦ୍ର ପଣ୍ଡା, ଦେବରାଜ ନାଗ, ମନ୍ମଥ ନାଗ, ସୌଭାଗ୍ୟ ନାଗଜୟନ୍ତ ନାଗ, ମିତ୍ରଭଆନୁ ନାଗ, ଲଛମନ ନାଗ, ଦୁଷ୍ମନ୍ତ ନାଗ, ମିତ୍ରଭାନୁ ପଣ୍ଡା, କାଳିନ୍ଦ୍ରୀ ପଣ୍ଡା, ଶେଷ ଦେବ ନାଗ, ଲଳିତ ମୋହନ ପଣ୍ଡା, ସୁର୍ଯ୍ୟ ନାରାୟଣ ପଣ୍ଡା, ପି. ସତ୍ୟ ନାରାୟଣ ରାଓ, ଶାନ୍ତାନୁ ବାଗ, କୁଶ ନାଗ, ଲବ ବାଗ, ରାଜ ରାମ ବାଗ ପ୍ରମୁଖ ଚାଷୀଙ୍କଚାଷ ଜମି ରିତିମତ ନଷ୍ଟ ହେବାରେ ଲାଗିଛି। ଏକର ଏକର ଜମି ହାତୀ ନଦୀରେ ଲୀନ ହେଇ ସାରିଲାଣି। ଯଦି ଏଭଳି ଲାଗି ରହେ ତେବେ ଆଗାମୀ ଦିନରେ ବହୁ ଚାଷୀ ଭୂମି ହୀନ ହେଇଯିବାର ଆଶଙ୍କା କରାଯାଉଛି। ତେଣୁ ଏହାର ସମାଧାନ ତଥା ନଦୀ କୂଳର ସୁରକ୍ଷା ପାଇଁ ପଥର ବନ୍ଧର ଆବଶ୍ୟକତା ରହିଛି। ତୁରନ୍ତ ଜିଲା ଜଳ ସେଚନ ବିଭାଗ ଓ ଜିଲା ପ୍ରଶାସନ ପଦକ୍ଷେପ ନେବା ପାଇଁ ଚାଷୀ ସୌଭାଗ୍ୟ ନାଗ, ଭବାନିଶଙ୍କର ପଣ୍ଡା ପ୍ରମୁଖ ଦାବି ହେଉଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories