www.samajalive.in
Wednesday, December 10, 2025
23.1 C
Bhubaneswar

ଏପ୍ରିଲ୍‍ ପହିଲାରୁ ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ

ପ୍ରସିଦ୍ଧ ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ଏପ୍ରିଲ୍‍ ପହିଲାରୁ ଆରମ୍ଭ ହେବ। ତୀର୍ଥଯାତ୍ରୀମାନଙ୍କ ଉଭୟ ବଲତାଲ୍‍ ଓ ଚନ୍ଦନବାଡ଼ି ପଥ ଦେଇ ଯାତ୍ରା କରିପାରିବେ। ସମଗ୍ର ଦେଶରେ ଏଥି ନିମନ୍ତେ ନିର୍ଦ୍ଧାରିତ ବ୍ୟାଙ୍କ ଶାଖାଗୁଡ଼ିକରେ ପଞ୍ଜିକରଣ କରାଯିବ। ପଞ୍ଜିକରଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଶ୍ରୀ ଅମରନାଥଜୀ ବୋର୍ଡ ୱେବ୍‍ସାଇଟ୍‍ରୁ ଉପଲବ୍ଧ ହେବ। ଏହି ୱେବ୍‍ସାଇଟ୍‍ର ଠିକଣା ହେଉଛି www.shriamarnathjishrine.com

ଗତ ୧୫ ତାରିଖ ପରଠାରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ତୀର୍ଥଯାତ୍ରୀମାନେ ଡାକ୍ତରଙ୍କଠାରୁ ଆଣିଥିବା ସାର୍ଟିଫିକେଟ୍‍ଗୁଡ଼ିକୁ ବ୍ୟାଙ୍କ ଶାଖାଗୁଡ଼ିକରେ ଗ୍ରହଣ କରାଯିବ। ଚଳିତବର୍ଷ ୫୬ ଦିନର ତୀର୍ଥଯାତ୍ରା ଜୁନ୍‍ ୨୮ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୨୨ ତାରିଖରେ ରକ୍ଷାବନ୍ଧନ ଦିନ ଶେଷ ହେବ। ୧୩ବର୍ଷରୁ କମ୍‍ ବୟସ ଓ ୭୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ ତୀର୍ଥଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ। ଏହାଛଡ଼ା ଗର୍ଭବତୀ ମହିଳାମାନେ ମଧ୍ୟ ତୀର୍ଥଯାତ୍ରା ପାଇଁ ପଞ୍ଜିକରଣ କରିପାରିବେ ନାହିଁ।

- Advertisement -

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories