ଜାଣନ୍ତୁ,ବିଶେଶଜ୍ଞଙ୍କ ମତରେ ଦିନ ମଧ୍ୟରେ କେତେ ପରିମାଣରେ ଓ କିପରି ପାଣି ପିଇବା ଆବଶ୍ୟକ।
ଦିନ ମଧ୍ୟରେ ୮ ରୁ ୧୦ ଗ୍ଲାସ ଅର୍ଥାତ ପ୍ରାୟ ୨ ଲିଟର ପାଣି ପିଇବା ଆବଶ୍ୟକ।
ସିଧାସଳଖ ଫ୍ରିଜରୁ ଥଣ୍ଡା ପାଣି କାଢି ପିଇବା ଅନୁଚିତ। ଏହା ଥଣ୍ଡା ଜନିତ ସମସ୍ୟା ସୃଷ୍ଟି କରିବା ସହ ପେଟ ଗରମ କରିଥାଏ। ଫଳରେ ଶରୀର ଅସୁସ୍ଥ ହୋଇଥାଏ। ଫ୍ରିଜରୁ ପାଣି କାଢି ସେଥିରେ କିଛି ସାଧା ପାଣି ମିଶାଇ ପିଅନ୍ତୁ।
ଯଦି ଆପଣଙ୍କର ଥଣ୍ଡା ଜନିତ ସମସ୍ୟା ଲାଗି ରହୁଛି, ତେବେ ଅଳ୍ପ ଉଷୁମ ପାଣି ପିଅନ୍ତୁ। ଥଣ୍ଡା ସମୟରେ ନିୟମିତ ଉଷୁମ ପାଣି ପିଇବା ଦ୍ୱାରା ଥଣ୍ଡା ଦୂର ହେବା ସହ ଗଳା ଦରଜ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।
ସର୍ବଦା ସୁରେଇରେ ଥିବା ପାଣି ପିଅନ୍ତୁ।
ଖାଦ୍ୟ ଖାଇବା ଅଧ ଘଣ୍ଟା ଆଗରୁ ଓ ଅଧ ଘଣ୍ଟା ପରେ ପାଣି ପିଅନ୍ତୁ। ଏପରି କରିବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହେବା ସହ ପେଟ ଜନିତ ସମସ୍ୟା ଦୂର ହୋଇଥାଏ।
ଅଧିକ ଆବଶ୍ୟକ ନହେଲେ ଖାଦ୍ୟ ଖାଇବା ମଝିରେ ପାଣି ପିଅନ୍ତୁ ନାହିଁ।
ଖରାଦିନରେ ଅଧିକ ଲେମ୍ବୁ ପାଣି ପିଅନ୍ତୁ। ଏପରି କରିବା ଦ୍ୱାରା ଖରା ଦିନରେ ମଧ୍ୟ ଆମ ଶରୀରରେ ସଠିକ ଜଳୀୟ ଅଂଶ ରହେ।
ସର୍ବଦା ସୁରେଇରେ ଥିବା ପାଣି ପିଅନ୍ତୁ
Popular Categories



