www.samajalive.in
Monday, December 8, 2025
27.1 C
Bhubaneswar

ଓଜନ ହ୍ରାସ କରିବ ପାଣି

ଓଜନ ବୃଦ୍ଧିକୁ ନେଇ ଅଧିକାଂଶ ଲୋକେ ଚିନ୍ତିତ ରହିଥାଆନ୍ତି। ଓଜନ ହ୍ରାସ ପାଇଁ ଅନେକ ଲୋକେ ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି। ମାତ୍ର କେବଳ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ଆଜ୍ଞା ହଁ କେବଳ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ପାଇଁ ସହାୟକ ହୋଇଥାଏ। ଆଠ କିଲୋମିଟର ଦୌଡିବା ଦ୍ୱାରା ଯେତିକି ଓଜନ କମିଥାଏ, ପାଣି ପିଇ ମଧ୍ୟ ସେତିକି ଓଜନ ହ୍ରାସ କରିପାରିବେ। ସଠିକ ପରିମାଣ ଓ ପ୍ରଣାଳୀରେ ପାଣି ପିଇବା ଦ୍ୱାରା ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ସେବନ କରିପାରିବେ ନାହିଁ। ଫଳରେ ଓଜନ ବୃଦ୍ଧି ହୋଇନଥାଏ। ଜାଣନ୍ତୁ….
ପାଣିରେ କ୍ୟାଲୋରୀର ମାତ୍ରା ନଥାଏ। ଏହା ଶରୀରକୁ ସତେଜ ରଖିଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ଏହା ମେଦ ବୃଦ୍ଧି ହେବାକୁ ଦେଇନଥାଏ।
ପାଣି ପିଇବାକୁ ଆଦୌ ଭୁଲନ୍ତୁ ନାହିଁ। ପାଣି ପିଇବା ଦ୍ୱାରା ପେଟ ଭର୍ତ୍ତି ହେବା ଭଳି ଅନୁଭବ ହୋଇଥାଏ। ଏହାସହ ବାରମ୍ବାର ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ। ଫଳରେ ଓଜନ ବୃଦ୍ଧି ହୋଇନଥାଏ।
ଅନେକ ଲୋକେ ଖାଦ୍ୟ ଖାଇବା ସମୟରେ ବାରମ୍ବାର ପାଣି ପିଇଥାଆନ୍ତି। ମାତ୍ର ଏଭଳି କରୁଥିଲେ ସାବଧାନ ହୋଇ ଯାଆନ୍ତୁ। ଏହା ଦ୍ୱାରା ଖାଦ୍ୟ ହଜମ ହେବାରେ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଖାଦ୍ୟ ଖାଇବା ପୂର୍ବରୁ ପାଣି ପିଅନ୍ତୁ। ଖାଦ୍ୟ ଖାଇବାର ୩୦ ମିନିଟ ପରେ ପାଣି ପିଅନ୍ତୁ।
ଶରୀରୁ ମେଦ ହ୍ରାସ ପାଇଁ ନିୟମିତ ଉଷୁମ ପାଣି ପିଅନ୍ତୁ। ଏହା ଶରୀରରେ ଜମାଟ ବାନ୍ଧୁଥିବା ମେଦକୁ ହ୍ରାସ କରିବା ସହ ଓଜନ ହ୍ରାସ କରିଥାଏ। ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ନିଶ୍ଚୟ ପିଅନ୍ତୁ।
ଉଷୁମ ପାଣିରେ ସାମାନ୍ୟ ଲେମ୍ବୁ ରସ, ଅଦା,ପାନମଧୁରୀ ଯେକୌଣସି ଫଳର ଖଣ୍ଡ ପକାଇ ପିଇପାରିବେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories