www.samajalive.in
Sunday, December 14, 2025
26.1 C
Bhubaneswar

ପୁଣି ମଦଭାଟି ଭାଙ୍ଗିଲେ ଅଶୁରଖୋଳ ଗ୍ରାମର ମହିଳା

ଦେବଗଡ଼ : ତିଲେଇବଣି ବ୍ଲକ ସଦର ମହକୁମାରେ ଥିବା ତିଲେଇବଣି–ବିନ୍ଦିପୁର ସରକାରୀ ମଦଭାଟୀକୁ ଆଜି ପୁଣିଥରେ ଭାଙ୍ଗିଛନ୍ତି ଅଶୁରଖୋଳ ଗ୍ରାମର ମହିଳା। ଉକ୍ତ ମଦଭାଟିକୁ ଉଚ୍ଛେଦ କରିବାକୁ ପ୍ରଶାସନ ଏକ ସପ୍ତାହ ସମୟ ମାଗିଥିଲେ ହେଁ ପ୍ରତିଶ୍ରୁତି ପାଳନ ନକରିବାରୁ ଆଜି ପୁଣିଥରେ ମହିଳା ମାନେ ଉକ୍ତ ସରକାରୀ ଲାଇସେନ୍ସ ପ୍ରାପ୍ତ ଉକ୍ତ ମଦଭାଟିରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିବା ଜଣାପଡିଛି। ଘଟଣା ସ୍ଥଳରେ ଦେବଗଡ ଏସ୍.ଡି.ପି.ଓ. ପ୍ରତ୍ୟୂଷ କୁମାର ମହାପାତ୍ର , ଦେବଗଡ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ଏବଂ ଦେବଗଡ ତହସିଲଦାର ପଲ୍ଲବୀ ନାୟକ ପହଂଚି ଉତ୍ୟକ୍ତ ମହିଳା ମାନଙ୍କୁ ବୁଝାଶୁଝା କରୁଥିଲେ ହେଁ ଉକ୍ତ ମଦଭାଟୀ ଅନ୍ୟତ୍ର ଉଚ୍ଛେଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ଜିଦ କରୁଥିବା ଜଣାପଡିଛି।
ଗାଁର ଅନତିଦୂରରେ ଜାତୀୟ ରାଜପଥ କଡରେ ଉକ୍ତ ମଦଭାଟିଟି ରହିଥିବାରୁ ହାତ ପାଆନ୍ତାରେ ମଦ ପାଇ ଗାଁର ପିଲାଠାରୁ ବୁଢା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ମାତାଲ ହୋଇପଡୁଛନ୍ତି। ଯାହା ରୋଜଗାର କରୁଛନ୍ତି ସେଥିରେ ମଦପିଇ ସର୍ବସ୍ୱାନ୍ତ ହୋଇ ପଡୁଛନ୍ତି। ଏପରିକି ଅଧିକ ମଦ ପିଇବାପାଇଁ ସେମାନେ ସ୍ତ୍ରୀ ମାନଙ୍କୁ ଟଙ୍କା ମାଗି ଜୁଲୁମ କରିବା ସହ ଛୁଆ ପିଲାଙ୍କ ଉପରେ ମଧ୍ୟ ଅତ୍ୟାଚାର କରୁଛନ୍ତି। ମଦ ଭାଟୀଟି ଜାତୀୟ ରାଜପଥ କଡରେ ଥିବାରୁ ଲୋକେ ଅତ୍ୟଧିକ ମଦ୍ୟପାନ କରି ଟ୍ରକ ଦୁର୍ଘଟଣାର ମଧ୍ୟ ଶିକାର ହେଉଛନ୍ତି ଏସବୁକୁ ଦୃଷ୍ଟିରେ ରଖି ମହିଳା ମାନେ ଉକ୍ତ ମଦଭାଟୀକୁ ଅନ୍ୟତ୍ର ଉଚ୍ଛେଦ ପାଇଁ ପ୍ରାୟ ତିନିବର୍ଷ ହେଲା ଜିଲା ପ୍ରଶାସନ ଓ ଜିଲା ଅବକାରୀ ବିଭାଗ ନିକଟରେ ଦାବୀ କରିଆସୁଛନ୍ତି। ଏହାସତ୍ୱେ ମଦଭାଟୀ ଅନ୍ୟତ୍ର ଉଚ୍ଛେଦ କରାଯାଉନାହିଁ। ଫଳରେ ଏହାର ପ୍ରତିବାଦ କରିବା ସହ ଏହାକୁ ଅନ୍ୟତ୍ର ଉଚ୍ଛେଦ ଦାବୀରେ ଶତାଧିକ ମହିଳା ଏକ ସପ୍ତାହ ପୂର୍ବେ ଗତ ୫ ତାରିଖ ଦିନ ଉକ୍ତ ମଦଭାଟିରେ ବ୍ୟାପକ ଭଙ୍ଗାରୁଜା କରିବାସହ ଶହଶହ ଲିଟର ଦେଶୀ ମଦ ଏବଂ ପ୍ରାୟ ୩୦ କୁଇଂଟାଲ ପୋଚ ଢାଳି ନଷ୍ଟ କରିଥିଲେ।
ଏଥିସହ ବିପୁଳ ପରିମାଣର ମହୁଲ ଏବଂ ଏବଂ ପାଉଚ ମଦ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରକୁ ଫିଙ୍ଗି ଅଭିନବ ପ୍ରତିବାଦ କରିଥିଲେ। ତେବେ ମଦଭାଟିକୁ ଅନ୍ୟତ୍ର ଉଚ୍ଛେଦ ପାଇଁ ୭ ଦିନ ସମୟ ଦେବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି  ଦିଆଯିବାରୁ ସେମାନେ ନିଜ ନିଜ ଘରକୁ ଫେରିଯାଇଥିଲେ। ସେହିଦିନ ଠାରୁ ଉକ୍ତ ମଦଭାଟିରେ ମଦ ପ୍ରସ୍ତୁତି ମଧ୍ୟ ବନ୍ଦ ରହିଥିଲା। ମାତ୍ର ୭ ଦିନ ମଧ୍ୟରେ ସେମାନଙ୍କର ଦାବୀ ପୂରଣ ନହେବାରୁ ଆଜି ସେମାନେ ପୁଣିଥରେ ଠେଙ୍ଗାବାଡି ଧରି ଉକ୍ତ ମଦଭାଟୀ ଆଗରେ ଧାରଣା ଦେଇଥିଲେ। ତେବେ ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ସେମାନେ ମଦଭାଟିକୁ ଭଙ୍ଗାରୁଜା କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories